କନକ ବ୍ୟୁରୋ : ମାଥିଲିରେ ଡାଇରିଆ ଆତଙ୍କ । ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ମୃତକ ଦୁଇଜଣ କୁଟୁଣିପାଲି ପଞ୍ଚାତୟ ଅଧିନ ଅଟାଳଗୁଡା ଗାଁର ୨ ମହିଳା । ଚିକିତ୍ସାଧିନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ କର୍ତ୍ତନପାଲି ପଞ୍ଚାୟତର ବାରା ଗାଁର ୧୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥିତି ଉପରେ ନଜର ରଖାଯାଉଥିବା କହିଛନ୍ତି ମାଥିଲି ମେଡିକାଲ ଅଫିସର ।
ମାଲକାନଗିରି ଜିଲ୍ଲା ମାଥିଲିରେ ଡାଇରିଆ ଆତଙ୍କ । ୨ ଜଣଙ୍କର ମୃତ୍ୟୁ ଅଭିଯୋଗ, ୧୦ ଆକ୍ରାନ୍ତ
ସମସ୍ତ ଆକ୍ରାନ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥିତି ଉପରେ ନଜର ରଖାଯାଉଥିବା କହିଛନ୍ତି ମାଥିଲି ମେଡିକାଲ ଅଫିସର ।