କନକ ବ୍ୟୁରୋ : ଯାଜପୁରରେ ଏବେବି ବେକାବୁ ଡାଇରିଆ। ସପ୍ତାହେ ପରେ ବି ନିୟନ୍ତ୍ରଣକୁ ଆସୁନି । ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଆଉ ୪ଜଣ ନୂଆ ଆକ୍ରାନ୍ତ । ଏଥିସହ ମେଡ଼ିକାଲରେ ମୋଟ ଚିକିତ୍ସିତ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ପୂର୍ବ ଅପେକ୍ଷା ଏବେ ପରିସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ସମ୍ପୂର୍ଣ୍ଣ କମିନାହିଁ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହେବା ସହ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇଛନ୍ତି । ଘରକୁ ଘର ବୁଲି ବ୍ଲିଚିଂ ପାଉଡର, ହାଲୋଜିନ ବଟିକା ଏବଂ ଓଆରଏସ ବାଣ୍ଟୁଛନ୍ତି ଅଙ୍ଗନବାଡ଼ି ଦିଦି । ଏଥିସହ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରୁଛନ୍ତି ଅଙ୍ଗନବାଡ଼ି ଦିଦି ।
ଯାଜପୁରରେ ଏବେ ବି ବେକାବୁ ଡାଇରିଆ, ଗୋଟିଏ ସପ୍ତାହ ପରେ ବି ବଦଳୁନି ସ୍ଥିତି
ଏଥିସହ ମେଡ଼ିକାଲରେ ମୋଟ ଚିକିତ୍ସିତ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ପୂର୍ବ ଅପେକ୍ଷା ଏବେ ପରିସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ସମ୍ପୂର୍ଣ୍ଣ କମିନାହିଁ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହେବା ସହ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇଛନ୍ତି ।
/kanak/media/media_files/2025/06/20/sdfffsdfsdfsdfs-2025-06-20-10-11-25.jpg)