କନକବ୍ୟୁରୋ : କେନ୍ଦ୍ରାପଡ଼ାକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି । ଝାଡ଼ାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି । ମୃତକ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତର ଶ୍ୟାମସୁନ୍ଦର ପୁରର ସଜନୀ ମଲ୍ଲିକ । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସେ ଗତକାଲି ଛତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ।

Advertisment

ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।  ସେଠାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟ ହୋଇଛି । ତାଙ୍କ ସାନ ପୁଅ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।   ସେହିପରି କଟକ ଜିଲ୍ଲାକୁ ବ୍ୟାପିଛି ଡାଇରିଆ । ବାଙ୍କୀ ଘୋଳପୁର ଗାଁରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଗାଁରେ ୫୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।  ୧୩ ଜଣ ଆକ୍ରାନ୍ତ କଟକ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୩୦ରୁ ଅଧିକ ଆକ୍ରାନ୍ତଙ୍କୁ ଗାଁରେ ଚିକିତ୍ସା ଚାଲିଛି। ଆଜିଠୁ ଘୋଳପୁର ଗାଁରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି। ପରୀକ୍ଷା ପାଇଁ ଯାଇଥିବା ପାଣି ନମୁନା ରିପୋର୍ଟ ଆଜି ଆସିପାରେ।