ରେଭେନ୍ସା ହଷ୍ଟେଲରେ ବ୍ୟାପିଲା ଝାଡ଼ାବାନ୍ତି : ଇଷ୍ଟ ହଟେଷ୍ଟଲରେ ୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ

ପାଣି ପିଇ ଅସୁସ୍ଥ ହେଲେ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ଛାତ୍ର। କଟକସ୍ଥିତ ଏସସିବି ହସ୍ପିଟାଲରେ ଚାଲିଛି ଚିକିତ୍ସା । ୧୮୦ଜଣ ଛାତ୍ର ରହୁଥିବା ଏହି ହଷ୍ଟେଲରେ ୧୬ଜଣ ଏଭଳି ପାଣି ପିଇ ଅସୁସ୍ଥ ହେବା ଘଟଣା ଚର୍ଚ୍ଚାରେ ରହିଛି

revenshwa

Photograph: (revenshwa)

କନକବ୍ୟୁରୋ : ପାଣି ପିଇ ଅସୁସ୍ଥ ହେଲେ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ଛାତ୍ର। କଟକସ୍ଥିତ ଏସସିବି ହସ୍ପିଟାଲରେ ଚାଲିଛି ଚିକିତ୍ସା। ୧୮୦ଜଣ ଛାତ୍ର ରହୁଥିବା ଏହି ହଷ୍ଟେଲରେ ୧୬ଜଣ ଏଭଳି ପାଣି ପିଇ ଅସୁସ୍ଥ ହେବା ଘଟଣା ଚର୍ଚ୍ଚାରେ ରହିଛି। ତେବେ ଚିକିତ୍ସା ପରେ ୧୬ଜଣ ଛାତ୍ରଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି।
ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି

ବାତ୍ୟା ମୋନ୍ଥା ପରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା : ଖୁବଶୀଘ୍ର କ୍ଷୟକ୍ଷତିର ହେବ ଆକଳନ

ଅଧିକ ପଢନ୍ତୁ ...... 

ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ହଷ୍ଟେଲର ପାଣି ପିଇ ଛାତ୍ର ଅସୁସ୍ଥ ହୋଇଛନ୍ତି। ଏଥିପାଇଁ ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି। କୁହାଯାଉଛି ଯେ, ଗତକାଲି ରାତିରେ ହଷ୍ଟେଲର ଛାତ୍ରମାନେ ବାସି ଅଣ୍ଡା ତଡକା, ଭଜା, ରୁଟି ଓ ଭାତ ଖାଇଥିଲେ। ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ରେଭେନ୍ସାର ଅନ୍ୟ ଏକ ହଷ୍ଟେଲର ଛାତ୍ରମାନେ ଅସୁସ୍ଥ ହୋଇପଡ଼ିଥିଲେ।

ମହାମେଣ୍ଟର 'ତେଜସ୍ୱୀ ପ୍ରଣ' ଇସ୍ତାହାର ; ପ୍ରତି ପରିବାର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି

ଅଧିକ ପଢନ୍ତୁ ...... 

ହଷ୍ଟେଲ ରହୁଥିବା ଛାତ୍ରଙ୍କ କହିବା ମୁତାବକ, ହଷ୍ଟେଲ ବହୁତ ଅବ୍ୟବସ୍ତା ଭିତରେ ଚାଲୁଛି। ଦୁଇଟି Aquaguard ରହିଛି। ହେଲେ ସେଥିରୁ ଗୋଟେ ଆକୁଆଗାର୍ଡ ଖରାପ ହୋଇଯାଇଛି। ଏବେ ମାତ୍ର ଗୋଟାଏ Aquaguard ଚାଲିଥିବା ବେଳେ ତା’ର ମଧ୍ୟ ଠିକ ଭାବେ ସର୍ଭିସିଂ ହେଉନାହିଁ। ବାରମ୍ବାର ଭିସି, ହଷ୍ଟେଲ ୱାର୍ଡେନ, ରେଜିଷ୍ଟ୍ରାରଙ୍କୁ କହିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

ଖବର ଅପଡେଟ୍ ରହିବ ..... 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe