କନକବ୍ୟୁରୋ : ଝାଡ଼ାବାନ୍ତିରେ ୩ ମୃତ, ୧୫ରୁ ଅଧିକ ଆକ୍ରାନ୍ତ। ଝାରସୁଗୁଡ଼ା ବ୍ରଜରାଜନଗର ପୌରାଞ୍ଚଳରେ ରାମପୁର ହରିଜନ ପଡ଼ାରେ ୮ ଦିନ ମଧ୍ୟରେ ଡାଇରିଆରେ ୩ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ମାନେ ହେଲେ ୪୪ ବର୍ଷୀୟ ମିଲନ ସାହୁ, ୧୭ ବର୍ଷୀୟ ଡମ୍ବରୁଧର ବୁଡା ଓ ୪୦ ବର୍ଷୀୟ ବାସୁଦେବ ତନ୍ତି ।
୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ୫ଜଣ ପୁରୁଷ, ୫ଜଣ ମହିଳା ଓ ୪ଜଣ ଶିଶୁ। ଏମାନେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ଓ ଖାଲିଆକାନି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଗାଁରେ ଥିବା କୂଅରୁ ପାଣି ପିଇବା ଦ୍ୱାରା ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି। ତେବେ କୂଅ ପାଣିର ସାମ୍ପୁଲ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।
---
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/05/26/Vvxs20eVcrRq94aAiosJ.jpg)