କଣାସରେ ପୁଣି ଡରାଇଲାଣି ଡାଇରିଆ, ୫ ଦିନରେ ୫୦ ରୁ ଅଧିକ ଆକ୍ରାନ୍ତ

ବର୍ତ୍ତମାନ କଣାସ ମେଡିକାଲରେ ୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି କଣାସ ମେଡିକାଲର ଜନ ସ୍ୱସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ।

5

କନକ ବ୍ୟୁରୋ : କଣାସରେ ପୁଣି ଡରାଇଲାଣି ଡାଇରିଆ । ୫ ଦିନ ଭିତରେ ବିଭିନ୍ନ ଅଂଚଳରୁ ୫୦ରୁ ଅଧିକ  ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ କଣାସ ମେଡିକାଲରେ ୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି କଣାସ ମେଡିକାଲର ଜନ ସ୍ୱସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ । ଗତ କିଛି ମାସ ତଳେ କଣାସ ଅଂଚଳରେ ଡାଇରିଆ ରୋଗ ୪ ଜଣଙ୍କର ମୁଣ୍ଡ ନେଇଥିଲା । ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ଏହି ପାଣିକୁ ବ୍ୟବହାର କରିବାକୁ ମନା କରାଯାଇଥିଲା । ଏବେ ପୁଣି କଣାସ ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ଚିନ୍ତାର କାରଣ ପାଲଟିଛି । ଏବେ ବି ପିଇବା ପାଣି ସମସ୍ୟା ଲାଗିରହିଛି । ସ୍ଥାୟୀ ସମାଧାନ ଦାବି କରିଛନ୍ତି ସ୍ଥାନୀୟ ଲୋକ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe