କନକ ବ୍ୟୁରୋ : କଣାସରେ ପୁଣି ଡରାଇଲାଣି ଡାଇରିଆ । ୫ ଦିନ ଭିତରେ ବିଭିନ୍ନ ଅଂଚଳରୁ ୫୦ରୁ ଅଧିକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ କଣାସ ମେଡିକାଲରେ ୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି କଣାସ ମେଡିକାଲର ଜନ ସ୍ୱସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ । ଗତ କିଛି ମାସ ତଳେ କଣାସ ଅଂଚଳରେ ଡାଇରିଆ ରୋଗ ୪ ଜଣଙ୍କର ମୁଣ୍ଡ ନେଇଥିଲା । ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ଏହି ପାଣିକୁ ବ୍ୟବହାର କରିବାକୁ ମନା କରାଯାଇଥିଲା । ଏବେ ପୁଣି କଣାସ ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ଚିନ୍ତାର କାରଣ ପାଲଟିଛି । ଏବେ ବି ପିଇବା ପାଣି ସମସ୍ୟା ଲାଗିରହିଛି । ସ୍ଥାୟୀ ସମାଧାନ ଦାବି କରିଛନ୍ତି ସ୍ଥାନୀୟ ଲୋକ ।
କଣାସରେ ପୁଣି ଡରାଇଲାଣି ଡାଇରିଆ, ୫ ଦିନରେ ୫୦ ରୁ ଅଧିକ ଆକ୍ରାନ୍ତ
ବର୍ତ୍ତମାନ କଣାସ ମେଡିକାଲରେ ୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି କଣାସ ମେଡିକାଲର ଜନ ସ୍ୱସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ।
/kanak/media/media_files/2025/07/08/5-2025-07-08-13-54-03.jpg)