ପୁଣି ଯାଜପୁରକୁ ଫେରିଲା ଝାଡ଼ାବାନ୍ତି : ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ପୁଣି ଯାଜପୁରରେ ଡାଇରିଆ ଆତଙ୍କ। ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ୬ରୁ ୭ଆକ୍ରାନ୍ତ ହୋଇଥିବା ସୂଚନା ।

23

Photograph: (kanaknews)

କନକବ୍ୟୁରୋ : ପୁଣି ଯାଜପୁରରେ ଡାଇରିଆ ଆତଙ୍କ। ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ୬ରୁ ୭ଆକ୍ରାନ୍ତ ହୋଇଥିବା ସୂଚନା । ତିନିମାସ ପରେ ଯାଜପୁର ଜିଲ୍ଳାକୁ ପୁଣି ଡରାଇଲାଣି ଡାଇରିଆ। ବଡଚଣା ବ୍ଲକ ସାଉଡିଆ ପଂଚାୟତ ତାଳୁଆ ଦଳିତ ସାହିରେ ଝାଡାବାନ୍ତିରେ ଜଣେ ମହିଳାଙ୍କର କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ୬ ରୁ ୭ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । 

ଏମାନଙ୍କ ମଧ୍ୟରୁ ୩ ଜଣ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି  ।  ଗାଁରେ ବିପର୍ୟ୍ୟସ୍ତ ପରିମଳ ବ୍ୟବସ୍ଥା ଓ ଭୂତଳ ଜଳ ପ୍ରଦୂଷଣ ଯୋଗୁଁ ଗାଁକୁ ଝାଡାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି ।  ଗାଁରେ ଶୌଚ ହେବାକୁ ଯଥେଷ୍ଟ ସ୍ଥାନ ନଥିବାରୁ ସମସ୍ତେ ଗୋଟିଏ ସ୍ଥାନକୁ ବ୍ୟବହାର କରୁଥିବାରୁ ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ଲୋକ । ସେପଟେ ଏହି ଖବର ମିଳିବା ପରେ ବଡଚଣା ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏକ ଟିମ୍ ଗାଁରେ ପହଂଚି ଓ.ଆର.ଏସ, ହାଲୋଜେନ ବଟିକା, ବ୍ଲିଚିଂ ପାଉଡର ଯୋଗାଇବା ସହ ପ୍ରାଥମିକ ପଦକ୍ଷେପ ନେଇଥିବା ସ୍ଥାନୀୟ ସରପଂଚ ଜଗନ୍ନାଥ ଖଣ୍ଡେଇ କହିଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe