ଭଞ୍ଜନଗରରେ ମୁଣ୍ଡ ନେଉଛି ଝାଡ଼ାବାନ୍ତି; ୪ ମୃତ, ଏବେବି ୨୦ ଜଣ ଆକ୍ରାନ୍ତ, ଦୂଷିତ ପାଣି ଦେଉଛି ଦୁଃଖ

ଗଞ୍ଜାମ ଗୁଣ୍ଡୁରିବାଡ଼ି ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେବି ୨୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତ ୨୦ଦିନ ହେଲା ଗାଁରେ ଝାଡ଼ାବାନ୍ତି ବ୍ୟାପୁଛି। ଦୂଷିତ ପାଣି ପିଇ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି।

ଦୂଷିତ
କନକ ବ୍ୟୁରୋ: ଗଞ୍ଜାମ ଗୁଣ୍ଡୁରିବାଡ଼ି ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେବି ୨୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତ ୨୦ଦିନ ହେଲା ଗାଁରେ ଝାଡ଼ାବାନ୍ତି ବ୍ୟାପୁଛି। ଦୂଷିତ ପାଣି ପିଇ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି। 
ଗାଁରେ ବସୁଧା ଯୋଜନାରେ ପାଣି ପାଇପ ମାଧ୍ୟମରେ ପାଣି ଯୋଗାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ପାଇପ ଫାଟି ପାଇପ ଭିତରକୁ ମଇଳା ପାଣି ପଶୁଛି । ଗାଁ ଲୋକେ ସେହି ମଇଳା ପାଣି ପିଇ ଝାଡ଼ାବାନ୍ତିର ସିକାର ହୋଇଥିବା ଜଣାପଡିଥିଲା । ପ୍ରଶାସନ ଗୁରୁତର ସହ ବିଚାର ନକରିବାରୁ ଗାଁର ଅହୁରି ୨ ଜଣଙ୍କ ଜୀବନ ଚାଲିଗଲା ଏବେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିବା ପରେ ପ୍ରଶାସନ ଓ ବିଧାୟକ ଗୁଣ୍ଡୁରିବାଡ଼ି ଗାଁକୁ ଯାଇ ସ୍ଥିତି ପରଖିଲେ ।
ଗୁଣ୍ଡୁରିବାଡ଼ି ଗାଁରେ ରହୁଛନ୍ତି ପ୍ରାୟ ୨ଶହ ଘର ପରିବାର । କିଛି ବର୍ଷ ତଳେ ପାଣି ପଞ୍ଚାୟତ ମାଧ୍ୟମରେ ଗାଁକୁ ପାଣି ଯୋଗାଇବା ପାଇଁ ବସୁଧା ଯୋଜନାରେ ଏକ ଘର ତିଆରି କରାଯାଇଥିଲା । ହେଲେ ଏଯାଏଁ ଓଭର ହେଡ଼ ଟ୍ୟାଙ୍କ ଗାଁରେ ବସାଯାଇନାହିଁ । ସିଧା ଭୁତଳ ଜଳକୁ ମୋଟର ସାହାଯ୍ୟରେ ଉଠାଇ ଘର ଘରକୁ ପାଣି ଯୋଗାଇଦିଆଯାଉଛି ।  ହେଲେ ଯେଉଁଠି ଅଣ୍ଡର ଗ୍ରାଉଣ୍ଡ କନେକ୍ସନ୍ ରହିଛି ସେଠାରେ ମଇଳା ପାଣି ଭତି ହୋଇରହୁଛି । ପାଇପ ଲିକେଜ ଥିବାରୁ ସେହି ପାଇପରେ ମଇଳା ପାଣି ପଶିବାରୁ ଗାଁରେ ଝାଡ଼ାବାନ୍ତିି ବ୍ୟାପିଛି । ଏନେଇ କିନ୍ତୁ ସ୍ୱାସ୍ଥ୍ୟ ବିଭାଗର କୌଣସି ଆଖିଦୃଶିଆ ପଦକ୍ଷେପ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe