କନକ ବ୍ୟୁରୋ : ପୁଣି ବ୍ୟାପିଲା ଝାଡ଼ାବାନ୍ତି।  ସ୍ଥିତି ଅନୁଧ୍ୟାନ ପାଇଁ ଡ଼ାକ୍ତରି ଦଳ ସହ ଗାଁରେ ପହଚିଂଲେ ପ୍ରଶାସନିକ ଟିମ ଓ ନେତା। ଡାଇରିଆ ପାଇଁ ପରିମଳ ବ୍ୟବସ୍ଥା ଓ ଖାଦ୍ୟପାନକୁ ଦାୟି କରିଛନ୍ତି ବିଧାୟକ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ାରେ ଝାଡ଼ାବାନ୍ତି କମିବାରେ ନା ଧରୁନି। ଏହି ବ୍ଳକର ମୁଷାପଦର ଗାଁରେ ଗତ ଏକ ସପ୍ତାହ ହେଲାଣି ଡାଇରିଆ ବ୍ୟାପୁଛି। ଆଜି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରତିବର୍ଷ ବର୍ଷା ଦିନେ ଏହି ସବୁ ଅଂଚଳରେ ଝାଡ଼ାବାନ୍ତିର ଲକ୍ଷଣ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଗତ ବର୍ଷର ରେକର୍ଡ଼କୁ ଭାଙ୍ଗିବାରେ ଲାଗିଛି। ଜଣଙ୍କ ପରେ ଜଣେ ଆକ୍ରାନ୍ତ ହେଉଥିବାରୁ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ଶୋକର ଛାୟା ଖେଳି ଯାଇଛି। କୋରାପୁଟ ବିଧାୟକ  ପ୍ରଶାସନିକ ଟିମ ସହ ଗାଁରେ ପହଚଂଛନ୍ତି। ଲୋକଙ୍କ ସହ ଆଲୋଚନା କରି ସଚେତନ କରାଇଛନ୍ତି । ଚିକିତ୍ସା କରୁଥିବା ଡ଼ାକ୍ତର କହିଛନ୍ତି ଗାଁ ଭୋଜିରେ  ଅଖାଦ୍ୟ ଖାଇବା ସହ ପରିମଳ ବ୍ୟବସ୍ଥା ଠିକ ନଥିବାରୁ ଡାଇରିଆ ବ୍ୟାପୁଥାଇପାରେ। ଗାଁ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ରହିଥିବାରୁ ଏହାକୁ ସେମାନେ ହଜମ କରପାରୁନାହାନ୍ତି।

Advertisment

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ଡିମିରିଗୁଡ଼ା ଓ ରଘୁବାରୀ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି। ଗତ ଦୁଇ ଦିନରେ ଆଳିଭଟା ଗାଁରେ ମା’-ଝିଅଙ୍କ ମୃତ୍ୟୁ ପରେ ଡିମିରିଗୁଡ଼ା ଓ ରଘୁବାରୀ ପଂଚାୟତରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। ଅଂଚଳରେ ପୂର୍ବରୁ ଅମଡ଼ାପଦର ଓ ବୁଚକାବାଙ୍ଗୁ ଗାଁରେ ଝାଡ଼ାବାନ୍ତିରେ ୬ଜଣଙ୍କ ପ୍ରାଣହାନି ହୋଇଥିଲା। ଏବେ କି ଅନେକ ଲୋକ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଅମ୍ବାଦଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ମାସେ ହେଲା ଏହି ଅଂଚଳର ବିଭିନ୍ନ ଗାଁରେ ଝାଡ଼ାବାନ୍ତି ଲାଗି ରହିଥିବାବେଳେ ଡାକ୍ତରୀ ଟିମ ଗାଁରେ ପହଂଚି ଲୋକଙ୍କୁ ସଚେତନ କରୁଛନ୍ତି।