କନକ ବ୍ୟୁରୋ : ଧର୍ମଶାଳାରେ ବ୍ୟାପୁଛି ଝାଡ଼ାବନ୍ତି । ପାଖାପାଖି ୪୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁର ଜିଲ୍ଲା ଧର୍ମଶାଳାର ବିଭିନ୍ନ ଅଞ୍ଚଳରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଧର୍ମଶାଳା ମେଡ଼ିକାଲରେ ଏବେ ପାଖାପାଖି ୪୦ ଜଣ ଝାଡ଼ାବାନ୍ତିରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତେବେ ମେଡିକାଲ୍‌ରେ ରୋଗୀଙ୍କୁ ଠିକ୍‌ ଭାବେ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି । ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଥିବାର ଅଭାବନୀୟ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

Advertisment

ତେବେ ଖବର ପାଇ ଯାଜପୁର ସିଡିଏମ୍‌ଓ ପ୍ରକାଶ ଚନ୍ଦ୍ର ବଳ ଧର୍ମଶାଳା ମେଡିକାଲ ପରିଦର୍ଶନ କରିଛନ୍ତି ଏବଂ ରୋଗୀଙ୍କୁ ଭଲ ଚିକିତ୍ସା ଦିଆଯିବା ଉପରେ ଗୁରୁତ୍ୱ ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅଚାନକ ପାଣିପାଗର ପରିବର୍ତ୍ତନ ଝାଡ଼ାବାନ୍ତିର କାରଣ ବୋଲି କହିଛନ୍ତି ଯାଜପୁର ସିଡିଏମ୍‌ଓ ।