କନକ ବ୍ୟୁରୋ: କଣାସ ଅଞ୍ଚଳରେ ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା । ଅନେକ ଲୋକେ ଆକ୍ରାନ୍ତ ଥିବା ବେଳେ ଅନେକ ଡ଼ାଇରିଆ ଆକ୍ରାନ୍ତ କଣାସ ମେଡିକାଲ ଓ ଆଖ ପାଖ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସଂକ୍ରମଣର ମୂଳ କାରଣ ଦୟା ନଦୀର ପାଣି ବୋଲି ପ୍ରଶାସନ ସ୍ପଷ୍ଟ କରିସାରିଲେଣି। ତା ସତ୍ତ୍ବେ ବି ସ୍ଥାନୀୟ ଲୋକ ନଦୀ ପାଣିକୁ ବ୍ୟବହାର କରୁଛନ୍ତି । ପ୍ରଶାସନ ଟ୍ୟାଙ୍କରରେ ପାଣି ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ବି ଏହା ପର୍ଯ୍ୟାପ୍ତ ହେଉନାହିଁ । ବିଶେଷକରି କଣାସର ପାଇକ ମରା, ନୂଆ ଦୋକନ୍ଦା, ନୁଆଁ ଗାଁ, ଗୋପୀନାଥ ପୁର, କଳା ପଦର, ନଈ କୁଳ ପାଟଣା, ଜାଗୁଳାଇ ପଦର ଭଳି ଗାଁରେ ଡାଇରିଆ ବ୍ୟାପୁଛି ।
- ଦୟାନଦୀରେ ବିଷାକ୍ତ ପାଣି!
- ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକ ନ୍ୟୁଜ
ଦୟା ନଦୀର ବିଷାକ୍ତ ପାଣିରେ ଜୀବାଣୁ ଚିହ୍ନଟ କରିଛି ସ୍ୱାସ୍ଥ୍ୟ ବିଭାଗ । ପାଣିକୁ ବ୍ୟବହାର ନ କରିବା ପାଇଁ ନଦୀରେ ଲାଲ ପତାକା ମାରି ସତର୍କ କରାଉଛି ସ୍ୱାସ୍ଥ୍ୟ ବିଭାଗ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବାବେଳେ ଜଣାପଡିଛି ସଚେତନ ହେଉନାହାନ୍ତି ଲୋକେ । ସ୍ବାସ୍ଥ୍ୟ ବିଭାଗର କଥାକୁ ମାନୁନାହାନ୍ତି । ଅଧିକ ସଚେତନ କରାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଅଙ୍ଗନବାଡ଼ି ଦିଦି, ଆଶା କର୍ମୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ସଂକ୍ରମିତ ଅଞ୍ଚଳ ସହିତ କଣାସ ମେଡିକାଲ ଅଂଚଳ କୁ ପରିଦର୍ଶନ କରିଛନ୍ତି ଜିଲ୍ଲାର ବରିଷ୍ଠ ଅଧିକାରୀ । ଦୟାନଦୀ ପାଣି ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
ଜିଲ୍ଲା ଡାକ୍ତରୀ ଟିମ୍ କଣାସ ଅଂଚଳରେ ସ୍ଥିତି ଅନୁଧ୍ୟାନ କଲା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ । ବର୍ତ୍ତମାନ ଅନେତ ଗୁରୁତର ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ରେ ଚିକିତ୍ସା ହେଉଛନ୍ତି । ସଂକ୍ରମିତ ହେଉଥିବା ଗାଁରେ ଆଶା, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ ବିଭାଗ ର କର୍ମୀ ସଚେତନ କରିବା ସହ ପ୍ରାଥମିକ ଚିକିତ୍ସା କରୁଛନ୍ତି ।