Photograph: (kanaknews)
କନକବ୍ୟୁରୋ : ଯାଜପୁରରେ କାୟା ମେଲାଉଛି ଡାଇରିଆ, ବେସରକାରୀ ସ୍ତରରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି । ଜିଲ୍ଲାରେ ୧୧ ହଇଜା ରୋଗୀ ଚିହ୍ନଟ ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୫୧୬ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । କେଉଁ ପରିସ୍ଥିତିରେ ଏତେ ସଂଖ୍ୟାରେ ଲୋକ ଡାଇରିଆରେ ଆକ୍ରାନ୍ତ ହେଲେ ତା’ର କାରଣ ଖୋଜା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ରହିଥିବା ବେଳେ ଆଜି ଯାଜପୁର ଜିଲ୍ଲାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
Follow Us