କନକବ୍ୟୁରୋ : ମାଥିଲିରେ ଡରାଉଛି ଡାଇରିଆ। ଡାଇରିଆରେ ଆଉ ତିନି ଜଣଙ୍କ ମୃତ୍ୟୁ। ମୃତକ ତିନି ଜଣ ତୁଳସୀ ଗାଁର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ପରିବାରର ବାପା, ପୁଅ ଓ ଝିଅ ମୃତ୍ୟୁବରଣ କରିଛନ୍ତି।
ଗତ ୩ ଦିନ ହେବ ଗାଁରେ ଚିକିତ୍ସିତ ହେଉଥିଲେ ପରିବାରର ଏହି ୩ ସଦସ୍ୟ। ମେଡିକାଲ ଆସିବାକୁ ମନା କରିବାରୁ ଗାଁରେ ଚିକିତ୍ସା ସେବା ଯୋଗାଉଥିଲା ମେଡିକାଲ ଟିମ୍ ।
ଏହା ପୂର୍ବରୁ ୨ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ମିଶାଇ ଡାଇରିଆରେ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ସେପଟେ ପ୍ରଭାବିତ ଅଞ୍ଚଳ ଉପରେ ଅନୁଧ୍ୟାନ କରୁଛି ମେଡିକାଲ ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/H3tx4KXpRBl5ZU5acw1u.jpg)