କାୟା ମେଲାଉଛି ଝାଡ଼ାବାନ୍ତି : ୧୫ରୁ ଅଧିକ ଆକ୍ରାନ୍ତ ଥିବା ସୂଚନା

Advertisment

କାୟା ମେଲାଉଛି ଝାଡ଼ାବାନ୍ତି ।  ଜଟଣୀ ରାଣୀପୁରରେ ଝାଡା ବାନ୍ତି ଆତଙ୍କ  । 

କାୟା ମେଲାଉଛି ଝାଡ଼ାବାନ୍ତି ।  ଜଟଣୀ ରାଣୀପୁରରେ ଝାଡା ବାନ୍ତି ଆତଙ୍କ  । 

ambulance

Photograph: (kanaknews)

କନକବ୍ୟୁରୋ : କାୟା ମେଲାଉଛି ଝାଡ଼ାବାନ୍ତି ।  ଜଟଣୀ ରାଣୀପୁରରେ ଝାଡା ବାନ୍ତି ଆତଙ୍କ  ।  ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା   ।   ଖୋର୍ଦ୍ଧା ଜିଲା ଜଟଣୀ  ବେଣାପଞ୍ଜରୀ ପଞ୍ଚାୟତ ରାଣୀପୁରରେ ଝାଡା ବାନ୍ତି ଭୟ ବଢିବାରେ ଲାଗିଛି  ।  ୪ ରୁ ୫ଦିନ ଧରି ଲାଗି ରହିଥିବା ବେଳେ ୧୬ ରୁ ୧୭ ଜଣ ଆକ୍ରାନ୍ତ ଥିବା ଜଣାପଡିଛି  ।  ମୃତକ ରାଣୀପୁର ବିଚିତ୍ରା ନନ୍ଦ ମହାନା  ।  ଗତକାଲି ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ନିଆଯାଇଥିଲା  ।   ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି  ।  ଗାଁରେ ମଧ୍ୟ ସ୍ୱାସ୍ଥ୍ୟ ଟିମ ଓ ଆରଡବ୍ଲୁଏସଏସ  ଟିମ୍ ପହଂଚି ପାଣିର ନମୁନା ଟେଷ୍ଟ ପାଇଁ ନେଇଛନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe