କନକ ବ୍ୟୁରୋ: କଣାସରେ ଝାଡାବାନ୍ତି ସଂକ୍ରମଣ ପାଇଁ ବନ୍ଦ ହେଲା ବାହାଘର ଭୋଜି । ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଦୟାନଦୀ ପାଣି ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରାଉଛି ପ୍ରଶାସନ । ଏପରିକି ସାମୁହିକ ଭୋଜି ଭାତ ବନ୍ଦ କରିବାକୁ ଲୋକଙ୍କୁ ନିବେଦନ କରାଯାଉଛି । ତେବେ କଣାସ ନୁଆ ଦୋକନ୍ଦା ଗାଁର ବିଜୟ ବେହେରାଙ୍କ ଝିଅ ଗଡ଼ିଶାଗଦା ପଂଚାୟତର ନଈ କୁଳ ପାଟଣା ଗାଁରେ ବାହାଘର ହୋଇଛି । ପୂର୍ବ ପ୍ରସ୍ତୁତ ଅନୁସାରେ ୨ହଜାର ଲୋକଙ୍କ ପାଇଁ ଭୋଜିଭାତ ବରଯାତ୍ରୀଙ୍କ ଖାଇବା ହେବାର ବ୍ୟବସ୍ଥା ଥିଲା। ଏହି ଖବର ପାଇ କଣାସ ବିଡ଼ିଓ, ତହସିଲଦାର, ଦୋକନ୍ଦା ସରପଞ୍ଚଙ୍କ ଉପସ୍ଥିତରେ ଏହି ଭୋଜି ଭାତ ନକରିବାକୁ କନ୍ୟାଘରକୁ ବୁଝାସୁଝା କରାଯାଇଥିଲା । ପରେ ଉଭୟ ପକ୍ଷର ସହମତିରେ କ୍ରମେ ମାତ୍ର କେଇଜଣଙ୍କ ଉପସ୍ଥିତରେ ରୀତି ନିତିରେ ବିବାହ ସମ୍ପର୍ଣ ହୋଇଥିଲା ।  ଭୋଜି ସମ୍ପୂର୍ଣ ବନ୍ଦ କରାଯାଇଥିଲା । କାରଣ ଉଭୟ ପୁଅ ଓ ଝିଅ ଗାଁରେ ଏବେ ଝାଡା ବାନ୍ତି ଆକ୍ରାନ୍ତରେ ପୀଡିତ ଅଛନ୍ତି ଲୋକେ ।