ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ ଜଳଭଣ୍ଡାର ,ପ୍ରବେଶ କରୁଛି ୫୬ ହଜାର ୩୯୨ କ୍ୟୁସେକ ଜଳ

Advertisment

ପୂରିଲା ହୀରାକୁଦ ଜଳଭଣ୍ଡାର। ଜଳଭଣ୍ଡାରର କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ୬୩୦ଫୁଟ ରହିଛି

ପୂରିଲା ହୀରାକୁଦ ଜଳଭଣ୍ଡାର। ଜଳଭଣ୍ଡାରର କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ୬୩୦ଫୁଟ ରହିଛି

hirakud 1

କନକବ୍ୟୁରୋ:ପୂରିଲା ହୀରାକୁଦ ଜଳଭଣ୍ଡାର। ଜଳଭଣ୍ଡାରର କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ୬୩୦ଫୁଟ ରହିଛି । ଏହାସହ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୀର୍ଷ ସ୍ତର ଛୁଇଁଛି  

ଏବେ ହୀରାକୁଦ ଜଳଭଣ୍ଡାରର ସବୁ ଗେଟ ବନ୍ଦ ରହିଛି । ହୀରାକୁଦ ଜଳଭଣ୍ଡାରକୁ ୫୬ହଜାର ୩୯୨କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୭ହଜାର ୩୩୪ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସିତ ହେଉଛି 

ସେଥିରୁ ପାୱାର ଚାନେଲ୍‌ ଦେଇ ୩୨ ହଜାର ୬୭୫ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଉଛି । ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୩ କ୍ୟୁସେକ୍ ଜଳ ଟାଣୁଛନ୍ତି । ସେହିପରି ଜଳସେଚନ ପାଇଁ ବିଭିନ୍ନ କେନାଲ  ଦେଇ ୪ହଜାର ୩୮୬ କ୍ୟୁସେକ ଜଳ ଛଡ଼ାଯାଇଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe