କନକବ୍ୟୁରୋ:ପୂରିଲା ହୀରାକୁଦ ଜଳଭଣ୍ଡାର। ଜଳଭଣ୍ଡାରର କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ୬୩୦ଫୁଟ ରହିଛି । ଏହାସହ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୀର୍ଷ ସ୍ତର ଛୁଇଁଛି  

Advertisment

ଏବେ ହୀରାକୁଦ ଜଳଭଣ୍ଡାରର ସବୁ ଗେଟ ବନ୍ଦ ରହିଛି । ହୀରାକୁଦ ଜଳଭଣ୍ଡାରକୁ ୫୬ହଜାର ୩୯୨କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୭ହଜାର ୩୩୪ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସିତ ହେଉଛି 

ସେଥିରୁ ପାୱାର ଚାନେଲ୍‌ ଦେଇ ୩୨ ହଜାର ୬୭୫ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଉଛି । ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୩ କ୍ୟୁସେକ୍ ଜଳ ଟାଣୁଛନ୍ତି । ସେହିପରି ଜଳସେଚନ ପାଇଁ ବିଭିନ୍ନ କେନାଲ  ଦେଇ ୪ହଜାର ୩୮୬ କ୍ୟୁସେକ ଜଳ ଛଡ଼ାଯାଇଛି ।