ଏସିଆ କପ୍ ପୂର୍ବରୁ ଧୋନୀ-ଗମ୍ଭୀର ଏକାଠି! ଟିମ୍ ଇଣ୍ଡିଆକୁ ଦେବେ କି ବଡ଼ ପ୍ଲାନ୍?

Advertisment

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି ଏବଂ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର ନିକଟରେ ଗୁଜରାଟର ରାଜ୍ୟ ମନ୍ତ୍ରୀ ହର୍ଷ ସାଂଘଭିଙ୍କ ଭାଇ ଉତ୍କର୍ଷ ସାଂଘଭିଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ ।

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି ଏବଂ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର ନିକଟରେ ଗୁଜରାଟର ରାଜ୍ୟ ମନ୍ତ୍ରୀ ହର୍ଷ ସାଂଘଭିଙ୍କ ଭାଇ ଉତ୍କର୍ଷ ସାଂଘଭିଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ ।

Gambhir-PKG-T

Photograph: (kanak news)

କନକ ବ୍ୟୁରୋ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ବର୍ତ୍ତମାନର ଭାରତୀୟ କୋଚ୍ ଗୌତମ ଗମ୍ଭୀରଙ୍କ ବିଷୟରେ ସମସ୍ତେ ଜଣାନ୍ତି । ଉଭୟଙ୍କ ମଧ୍ୟରେ ଥିବା ବିବାଦ ମଧ୍ୟ ଅନେକ ଥାର ସାମ୍ନାକୁ ଆସିଛି । ହେଲେ ବାସ୍ତବରେ ଘଟଣା କ'ଣ ତାହା କେବଳ ଗମ୍ଭୀର ଏବଂ ଧୋନି ହିଁ କହିପାରିବେ । ଆଲୋଚନା ହେଉଥିବା ଏହି ଘଟଣା ଭିତରେ କିନ୍ତୁ ଏକ ଏମିତି ଖବର ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ବି ଖୁସି ହୋଇଯିବେ ।  କାରଣ ଗୌତମ ଗମ୍ଭୀର ଆଉ ମହେନ୍ଦ୍ର ସିଂ ଧୋନୀଙ୍କୁ ଏବେ ଏତାଠି ଦେଖିବାକୁ ମିଳିଛି । ଏହି ଫଟୋରେ ସେମାନଙ୍କୁ ହସୁଥିବା ଏବଂ ମଜା କରୁଥିବାର ଦେଖାଯାଇଥିଲା । ଏସିଆ କପ୍ ପୂର୍ବରୁ ଦୁଇ ଲିଜେଣ୍ଡଙ୍କ ଏକାଠି ହେବା ନିହାତି ଭାରତୀୟ ଦଳ ପାଇଁ ବଡ଼ ଖୁସି ଖବର । 

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି ଏବଂ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର ନିକଟରେ ଗୁଜରାଟର ରାଜ୍ୟ ମନ୍ତ୍ରୀ ହର୍ଷ ସାଂଘଭିଙ୍କ ଭାଇ ଉତ୍କର୍ଷ ସାଂଘଭିଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ରିପୋର୍ଟ ଅନୁଯାୟୀ, ଭାରତର ଏକଦିବସୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ । ସୁନୀଲ ସେଟ୍ଟୀ ଏବଂ ହରଭଜନ ସିଂହ ମଧ୍ୟ ଏହି ତାରକା-ଖଚିତ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

ଧୋନି ଏବଂ ଗମ୍ଭୀରଙ୍କୁ ଗୋଟିଏ ଫ୍ରେମରେ ନଜର ଆସିଥିଲେ ଏବଂ ଏହି ଫଟୋ ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଥିଲା । ଧୋନୀ ତାଙ୍କ ପତ୍ନୀ ସାକ୍ଷୀଙ୍କ ସହିତ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ରୋହିତ ଶର୍ମା ଏହି ବିବାହରେ ଉପସ୍ଥିତ ଥିଲେ କିନ୍ତୁ ତାଙ୍କୁ ଧୋନି କିମ୍ବା ଗମ୍ଭୀରଙ୍କ ସହିତ ଗୋଟିଏ ବି ଫଟୋରେ ଦେଖିବାକୁ ମିଳି ନଥିଲା । ଅନ୍ୟମାନଙ୍କ ମଧ୍ୟରେ ହରଭଜନ ସିଂହ ପାର୍ଥିବ ପଟେଲ, ତିଲକ ବର୍ମା ଏବଂ ଇରଫାନ ପଠାନ ମଧ୍ୟ ଷ୍ଟାର-ଷ୍ଟଡେଡ୍ ଇଭେଣ୍ଟରେ ଯୋଗ ଦେଇଥିଲେ । ଧୋନି ଏବଂ ଗମ୍ଭୀର ପ୍ରାୟତଃ କାର୍ୟ୍ୟକ୍ରମରେ ଯୋଗ ଦିଅନ୍ତି ନାହିଁ । ତେଣୁ ଉଭୟଙ୍କ ପାଇଁ ଗୋଟିଏ ବିବାହରେ ଯୋଗ ଦେବା ଏକ ବିରଳ ଘଟଣା ।

୨୦୧୧ ବିଶ୍ୱକପ ପରେ ଗମ୍ଭୀର ଆଉ ଧୋନୀଙ୍କ ମଧ୍ୟରେ ବିବାଦ ଖବର ସାମ୍ନାକୁ ଆସିଥିଲା । ଅନେକ ଥର ଗମ୍ଭୀର ସୋସିଆଲ ମିଡିଆରେ ଧୋନୀଙ୍କ ବିରୋଧରେ ଅଭିଯୋଗ ଆଣନ୍ତି । ସେ କୁହନ୍ତି ଯେ ବିଶ୍ୱକପ ବିଜୟର ଶ୍ରେୟ ପୂରା ଟିମକୁ ମିଳିବା କଥା ହେଲେ କାହିଁକି ଧୋନୀଙ୍କୁ ଏକା ବିଶ୍ୱକପ ବିଜୟର ଶ୍ରେୟ ମିଳୁଛି । ୨୦୧୧ ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଉଭୟଙ୍କ ମଧ୍ୟରେ ଏକ ସ୍ମରଣୀୟ ପାର୍ଟନରସିପ୍ ହୋଇଥିଲା ଯେଉଁଥିପାଇଁ ଭାରତ ଜିତିଥିଲା । ଏହି ମ୍ୟାଚରେ ଗମ୍ଭୀର ୯୭ ରନ କରିଥିଲେ ଆଉ ଧୋନୀ ୯୧ ରନ କରି ଅପରାଜିତ ରହିଥିଲେ ।

ଧୋନୀଙ୍କ ଉପରେ ଗମ୍ଭୀରଙ୍କ ଥିବା ରାଗ ସମସ୍ତେ ଜାଣନ୍ତି । ହେଲେ ଏସିଆ କପ ପୂର୍ବରୁ ଏହି ଦୁଇ ବରିଷ୍ଠ ଖେଳାଳି ଏକାଠି ହେବା ଅନ୍ୟ କିଛି ସଙ୍କେତ ଦେଉନାହିଁ ତ? କାରଣ ଗୌତମ ଗମ୍ଭୀର ଏବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଅଛନ୍ତି । ଆଉ ତାଙ୍କ ତତ୍ତ୍ୱାବଧାନରେ ଦଳ ଏସିଆ କପ ଖେଳିବ । ଏଭଳି ସମୟରେ ଚର୍ଚ୍ଚା ହେଉଛି ଯେ ଧୋନୀଙ୍କୁ ଟିମ୍ ଇଣ୍ଡିଆର ମେଣ୍ଟର ଦାୟିତ୍ୱ ଦିଆଯାଉ । ତେବେ ଦେଖିବା ବାକି ରହିଲା କଣ ସତରେ ଗମ୍ଭୀର ଆଉ ଧୋନୀ ଏକାଠି ହୋଇ ଟିମ୍ ଇଣ୍ଡିଆକୁ ଆହେଇ ନେବେ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe