କନକ ବ୍ୟୁରୋ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ବର୍ତ୍ତମାନର ଭାରତୀୟ କୋଚ୍ ଗୌତମ ଗମ୍ଭୀରଙ୍କ ବିଷୟରେ ସମସ୍ତେ ଜଣାନ୍ତି । ଉଭୟଙ୍କ ମଧ୍ୟରେ ଥିବା ବିବାଦ ମଧ୍ୟ ଅନେକ ଥାର ସାମ୍ନାକୁ ଆସିଛି । ହେଲେ ବାସ୍ତବରେ ଘଟଣା କ'ଣ ତାହା କେବଳ ଗମ୍ଭୀର ଏବଂ ଧୋନି ହିଁ କହିପାରିବେ । ଆଲୋଚନା ହେଉଥିବା ଏହି ଘଟଣା ଭିତରେ କିନ୍ତୁ ଏକ ଏମିତି ଖବର ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ବି ଖୁସି ହୋଇଯିବେ । କାରଣ ଗୌତମ ଗମ୍ଭୀର ଆଉ ମହେନ୍ଦ୍ର ସିଂ ଧୋନୀଙ୍କୁ ଏବେ ଏତାଠି ଦେଖିବାକୁ ମିଳିଛି । ଏହି ଫଟୋରେ ସେମାନଙ୍କୁ ହସୁଥିବା ଏବଂ ମଜା କରୁଥିବାର ଦେଖାଯାଇଥିଲା । ଏସିଆ କପ୍ ପୂର୍ବରୁ ଦୁଇ ଲିଜେଣ୍ଡଙ୍କ ଏକାଠି ହେବା ନିହାତି ଭାରତୀୟ ଦଳ ପାଇଁ ବଡ଼ ଖୁସି ଖବର ।
ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି ଏବଂ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର ନିକଟରେ ଗୁଜରାଟର ରାଜ୍ୟ ମନ୍ତ୍ରୀ ହର୍ଷ ସାଂଘଭିଙ୍କ ଭାଇ ଉତ୍କର୍ଷ ସାଂଘଭିଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ରିପୋର୍ଟ ଅନୁଯାୟୀ, ଭାରତର ଏକଦିବସୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ । ସୁନୀଲ ସେଟ୍ଟୀ ଏବଂ ହରଭଜନ ସିଂହ ମଧ୍ୟ ଏହି ତାରକା-ଖଚିତ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।
ଧୋନି ଏବଂ ଗମ୍ଭୀରଙ୍କୁ ଗୋଟିଏ ଫ୍ରେମରେ ନଜର ଆସିଥିଲେ ଏବଂ ଏହି ଫଟୋ ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଥିଲା । ଧୋନୀ ତାଙ୍କ ପତ୍ନୀ ସାକ୍ଷୀଙ୍କ ସହିତ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ରୋହିତ ଶର୍ମା ଏହି ବିବାହରେ ଉପସ୍ଥିତ ଥିଲେ କିନ୍ତୁ ତାଙ୍କୁ ଧୋନି କିମ୍ବା ଗମ୍ଭୀରଙ୍କ ସହିତ ଗୋଟିଏ ବି ଫଟୋରେ ଦେଖିବାକୁ ମିଳି ନଥିଲା । ଅନ୍ୟମାନଙ୍କ ମଧ୍ୟରେ ହରଭଜନ ସିଂହ ପାର୍ଥିବ ପଟେଲ, ତିଲକ ବର୍ମା ଏବଂ ଇରଫାନ ପଠାନ ମଧ୍ୟ ଷ୍ଟାର-ଷ୍ଟଡେଡ୍ ଇଭେଣ୍ଟରେ ଯୋଗ ଦେଇଥିଲେ । ଧୋନି ଏବଂ ଗମ୍ଭୀର ପ୍ରାୟତଃ କାର୍ୟ୍ୟକ୍ରମରେ ଯୋଗ ଦିଅନ୍ତି ନାହିଁ । ତେଣୁ ଉଭୟଙ୍କ ପାଇଁ ଗୋଟିଏ ବିବାହରେ ଯୋଗ ଦେବା ଏକ ବିରଳ ଘଟଣା ।
୨୦୧୧ ବିଶ୍ୱକପ ପରେ ଗମ୍ଭୀର ଆଉ ଧୋନୀଙ୍କ ମଧ୍ୟରେ ବିବାଦ ଖବର ସାମ୍ନାକୁ ଆସିଥିଲା । ଅନେକ ଥର ଗମ୍ଭୀର ସୋସିଆଲ ମିଡିଆରେ ଧୋନୀଙ୍କ ବିରୋଧରେ ଅଭିଯୋଗ ଆଣନ୍ତି । ସେ କୁହନ୍ତି ଯେ ବିଶ୍ୱକପ ବିଜୟର ଶ୍ରେୟ ପୂରା ଟିମକୁ ମିଳିବା କଥା ହେଲେ କାହିଁକି ଧୋନୀଙ୍କୁ ଏକା ବିଶ୍ୱକପ ବିଜୟର ଶ୍ରେୟ ମିଳୁଛି । ୨୦୧୧ ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଉଭୟଙ୍କ ମଧ୍ୟରେ ଏକ ସ୍ମରଣୀୟ ପାର୍ଟନରସିପ୍ ହୋଇଥିଲା ଯେଉଁଥିପାଇଁ ଭାରତ ଜିତିଥିଲା । ଏହି ମ୍ୟାଚରେ ଗମ୍ଭୀର ୯୭ ରନ କରିଥିଲେ ଆଉ ଧୋନୀ ୯୧ ରନ କରି ଅପରାଜିତ ରହିଥିଲେ ।
ଧୋନୀଙ୍କ ଉପରେ ଗମ୍ଭୀରଙ୍କ ଥିବା ରାଗ ସମସ୍ତେ ଜାଣନ୍ତି । ହେଲେ ଏସିଆ କପ ପୂର୍ବରୁ ଏହି ଦୁଇ ବରିଷ୍ଠ ଖେଳାଳି ଏକାଠି ହେବା ଅନ୍ୟ କିଛି ସଙ୍କେତ ଦେଉନାହିଁ ତ? କାରଣ ଗୌତମ ଗମ୍ଭୀର ଏବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଅଛନ୍ତି । ଆଉ ତାଙ୍କ ତତ୍ତ୍ୱାବଧାନରେ ଦଳ ଏସିଆ କପ ଖେଳିବ । ଏଭଳି ସମୟରେ ଚର୍ଚ୍ଚା ହେଉଛି ଯେ ଧୋନୀଙ୍କୁ ଟିମ୍ ଇଣ୍ଡିଆର ମେଣ୍ଟର ଦାୟିତ୍ୱ ଦିଆଯାଉ । ତେବେ ଦେଖିବା ବାକି ରହିଲା କଣ ସତରେ ଗମ୍ଭୀର ଆଉ ଧୋନୀ ଏକାଠି ହୋଇ ଟିମ୍ ଇଣ୍ଡିଆକୁ ଆହେଇ ନେବେ?