କନକ ବ୍ୟୁରୋ: ଆଇପିଏଲରେ ୫ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି । ଆହତ ସମସ୍ୟା ଦେଇ ଗତି କରୁଥିବା ଋତୁରାଜ ଗାଏକ୍ୱାଡ ଆଇପିଏଲରୁ ଆଉଟ ହୋଇଯାଇଛନ୍ତି । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ତୁଲାଇବେ ମହେନ୍ଦ୍ର ସିଂ ଧୋନୀ । ଋତୁରାଜଙ୍କ ବାହାର ହେବା ନେଇ ଦଳର କୋଚ ଷ୍ଟିଫେନ ଫ୍ଲେମିଂ ସୂଚନା ଦେଇଛନ୍ତି ।
ଷ୍ଟିଫେନ ଫ୍ଲେମିଂ କହିଛନ୍ତି, ବିକଳ୍ପ କଥା ଆମେ ଚିନ୍ତା କରିନୁ, କାରଣ ଆମ ପାଖରେ କମ ବିକଳ୍ପ ଅଛି । ଧୋନୀ ଟିମର ଅଧିନାୟକ ହେବାକୁ ପ୍ରସ୍ତୁତ ଥିଲେ । ତେଣୁ ତାଙ୍କୁ ଦାୟିତ୍ୱ ଦିଆଯାଇଛି । ଧୋନୀ ଶେଷ ଥର ପାଇଁ ୨୦୨୩ରେ ଆଇପିଏଲରେ ଦଳର ଅଧିନାୟକତ୍ୱ କରିଥିଲେ । ତେବେ ପରେ ୨୦୨୪ରେ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ଋତୁରାଜ ଗାଏକ୍ୱାଡ ।
ଧୋନୀ ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇକୁ ୫ଥର ଆଇପିଏଲ ଚାମ୍ପିୟନ କରାଇଛନ୍ତି । ବର୍ତ୍ତମାନ ପୁଣି ଧୋନୀଙ୍କୁ ଚେନ୍ନାଇର ଅଧିନାୟକ କରାଯାଇଛି । ଦେଖିବା ବାକି ରହିଲା ଧୋନୀ ଦଳକୁ ପୁଣି ସେହି ସ୍ଥାନକୁ ନେଇ ପାରୁଛନ୍ତି ନା ନାହିଁ ।