କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ର ଦୁଇ ମହାରଥୀ ବିରାଟ୍ କୋହଲି ଓ ରୋହିତ ଶର୍ମା ଏବେ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଏବେ ବି ଦିନିକିଆରୁ ଅବସର ନେଇ ନାହାନ୍ତି । ଏଥିରୁ ଅନୁମାନ କରାଯାଉଛି ଯେ ଉଭୟ ୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବାକୁ ଆଶାବାଦୀ ଅଛନ୍ତି । ଗତ କାଲି ରୋହିତ କହିଥିଲେ ଯେ ସେ ଭାରତ ପାଇଁ ମ୍ୟାଚ୍ ଓ ଟ୍ରଫି ଜିତିବା ଅବ୍ୟାହତ ରଖିବେ । ଏବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଉଭୟଙ୍କୁ ବିଶ୍ବକପ୍ ଦଳରେ ସାମିଲ କରାଯିବାକୁ ସମର୍ଥନ କରିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଏହା ବି ପଢ଼ନ୍ତୁ: ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ ଜିତିବା ସମ୍ଭାବନା ଅଧିକ: ଧୋନୀ
ଧୋନୀ କହିଛନ୍ତି ଯେ ବୟସ ନୁହେଁ ଫିଟ୍ନେସ୍ ଓ ପ୍ରଦର୍ଶନ ଦ୍ବାରା ହିଁ ଭାରତୀୟ ଦଳରେ ସ୍ଥାନ ପାଇବାର ଯୋଗ୍ୟତା ହେବା ଉଚିତ୍ । "ଜଣେ କାହିଁକି ବିଶ୍ବକପ୍ ଖେଳିବ ନାହିଁ । ମୋ ପାଇଁ ବୟସ ଏକ କାରଣ ନୁହେଁ, ବରଂ ଫିଟ୍ନେସ୍ ଓ ପ୍ରଦର୍ଶନ ହିଁ ଯୋଗ୍ୟତାର ପ୍ରମୁଖ ମାନଦଣ୍ଡ ହେବା ଉଚିତ୍ । ଜଣକର ବୟସ ୩୦ ବର୍ଷରୁ ଅଧିକ ହେବା ଅର୍ଥ ନୁହେଁ ଯେ ସେ ଖେ​​ଳିବ ନାହିଁ, ବରଂ ସେ ନିଜେ ନିଜକୁ ପଚାରିବା ଉଚିତ ଯେ ସେ ପ୍ରଦର୍ଶନ କରିପାରିବ କି ?" ଧୋନୀ ପ୍ରଶ୍ନ କରିଛନ୍ତି ଯେ ଯଦି ଆମେ ୩୦ ବର୍ଷରୁ ଅଧିକ ବୟସର ଖେଳାଳିମାନଙ୍କୁ ସାମିଲ କରିବା ନାହିଁ ଦଳରେ ଅଭିଜ୍ଞତା ଓ ଚାପ ସହିବାର କ୍ଷମତା ଆସିବ କିପରି? ସେମାନେ ହିଁ ବଡ଼ ମ୍ୟାଚରେ ଏବଂ ଚାପ ସମୟରେ ଶାନ୍ତ ରହି ପ୍ରଦର୍ଶନ କରନ୍ତି ।
ଏହାପୂର୍ବରୁ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ମୋନି ମର୍କେଲ୍ ମଧ୍ୟ ୨୦୨୭ ବିଶ୍ବକପ୍ ଭାରତୀୟ ଦଳରେ ବିରାଟ୍ ଓ ରୋହିତଙ୍କୁ ସାମିଲ କରିବା ସପକ୍ଷରେ ମତ ଦେଇଥିଲେ । ସେ କହିଥିଲେ ଯେ ଜଣେ ଖେଳାଳି ମାନସିକ ଓ ଶାରିରୀକ ଭାବରେ ପ୍ରଦର୍ଶନ ପାଇଁ ଫିଟ୍ ରହିଲେ, ଦଳରେ ସାମିଲ କରିବାରେ କୌଣସି ସମସ୍ୟା ନାହିଁ ।
Follow Us