କନକ ବ୍ୟୁରୋ: ରାଜସ୍ଥାନର ଧୋଲପୁର ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ସ୍ଲିପର କୋଚ୍ ବସ୍ ଟେମ୍ପୋକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧର୍୍ରେ ୮ଜଣ ଶିଶୁ ଥିବା ଜଣାପଡିଛି । ଏହି ସମସ୍ତ ଲୋକ ଏକ ବିବାହ  ଉତ୍ସବରେ ଯୋଗ ଦେଇ ଫେରୁଥିଲେ । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁଙ୍କ ସମେତ ୧୨ ଜଣ ଅଛନ୍ତି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ମୃତଦେହ ବିଛିନ୍ନ ହୋଇଯାଇଥିଲା । ଘଟଣାସ୍ଥଳରେ ଚିତ୍କାର ହୋଇଥିଲା ।  ଖବର ପାଇ ପୁଲିସ ପହଞ୍ଚି ସମସ୍ତ ମୃତଦେହକୁ ବରୀ ସରକାରୀ ଡାକ୍ତରଖାନାର ଶବଗୃହରେ ରଖିଥିଲା ।