କନକ ବ୍ୟୁରୋ: ଲାଞ୍ଚ ନେବା ଅଭିଯୋଗରେ ବନ୍ଧାହେଲେ ଢେଙ୍କାନାଳ ଆରଆଇ ବରୁଣ ଜେନା ଓ ପିଅନ ବଳରାମ ସାହୁ । ଗତକାଲି ସନ୍ଧ୍ୟାରେ ଆରଆଇ ଅଫିସ ଆଗରେ ମହେଶ୍ୱର ସାମଲଙ୍କ ଓଏଲଆର କନଭର୍ସନ୍ ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆରଆଇ ବରୁଣ ଜେନା ଓ ପିଅନ ବଳରାମ ସାହୁ ଭିଜିଲାନ୍ସ ହାତରେ ଧରପଡିଥିଲେ । ପରେ ବରୁଣଙ୍କ ହାଟ ରୋଡ ସ୍ଥିତ ବାସଭବନ ଓ ଗନ୍ଦିଆ ଗ୍ରାମ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରି ଯାଞ୍ଚ କରାଯାଇଥିଲା। ତାଙ୍କ ଢ଼େଙ୍କାନାଳ ବାସଭବନରୁ ୨ଲକ୍ଷ ୯୧ ହଜାର ନଗଦ ଟଙ୍କା ଓ ୧୫୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି । ଉଭୟ ଆରଆଇ ଓ ପିଅନଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଜି ଅପରାହ୍ନରେ ଢ଼େଙ୍କାନାଳ ଭିଜିଲାନ୍ସ କୋର୍ଟରେ ଦୁହିଁଙ୍କୁ ହାଜିର କରିବ ଭିଜିଲାନ୍ସ ବିଭାଗ ।