Photograph: (KanakNews )
କନକବ୍ୟୁରୋ : କେୟାର ଟେକରକୁ ଅତ୍ୟଧିକ ଆକଟ କରିବା କାଳ ହେଲା। ଅତ୍ୟଧିକ ଆକଟକୁ ସହିନପାରି ମାଲିକକୁ ତଣ୍ଟି ଚିପି ହତ୍ୟା କରିଛି କେୟାର ଟେକର । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱରପୁରର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମାଲିକକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୁକ୍ତ କେୟାରଟେକର ଦୀପକ ବିଶ୍ୱାଳକୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି । ମୃତକ ହେଉଛନ୍ତି ରାମେଶ୍ୱରପୁରର ୭୩ ବର୍ଷ ବୟସ୍କ ଗିରିଶ କୁମାର ରାଉତି ।
ସୂଚନା ଅନୁସାରେ ଗିରିଶ ଶଯ୍ୟାଶାୟୀ ହୋଇଥିଲା ବେଳେ ବିଭିନ୍ନ କାରଣକୁ ନେଇ କେୟାରଟେକର ଉପରେ ଚିଡଚିଡା ହେଉଥିଲେ । ଏଥିରେ ଅତିଷ୍ଠ ହୋଇ ଦୀପକ ଘର ମାଲିକକୁ ହତ୍ୟା କରିବାକୁ ଯୋଜନା କରି ସୁଯୋଗ ଉଣ୍ଡୁଥିଲା । ଫେବ୍ରୁଆରି ୨୮ ତାରିଖ ରାତିରେ ଘଟିଥିଲା ଏହି ଘଟଣା । ଘରେ କେହିନଥିବାର ସୁଯୋଗ ନେଇ ଘର ମାଲିକ ବୃଦ୍ଧ ଗିରିଶ କୁମାର ରାଉତଙ୍କ ବେକକୁ କପଡାରେ ଚାପି ହତ୍ୟା କରିଥିଲା ଅଭିଯୁକ୍ତ ଦୀପକ। ପରେ ସେ ଖଟରୁ ଖସିପଡି ପ୍ରାଣ ହରାଇଥିବା ପରିବାର ଲୋକଙ୍କୁ କହିଥିଲା। ପୋଲିସ କେୟାରଟେକରକୁ ଅଟକ ରଖି ପଚରାଉଚୁରା ପରେ ସେ ସବୁ ସତ ମାନିଯାଇଛି ।
Follow Us