କନକବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ପୋଲିସର ବଡ ସଫଳତା । କଳା ମୁଗୁନି ପଥର ଖାଦାନରେ ଚଢାଉ । ବେଆଇନ୍ ଚାଲାଣ କରୁଥିବା ୨୦ ହାଇଓ୍ବା ଜବତ। ଢେଙ୍କାନାଳ ଏସପି, ଜିଲ୍ଲାପାଳ, ଡିଏଫଓ, STF ଙ୍କ ମିଳିତ ଚଢାଉ ବେଳେ ୨୦ଟି ହାଇୱା ଜବତ ହୋଇଛି । ନିହଲପ୍ରସାଦ ଥାନା ରାଇଗୋଡା ଅଞ୍ଚଳରେ ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ ହେଉଥିବା ବେଳେ ଏହି ଚଢାଉ ହୋଇଥିଲା ।
ଜଙ୍ଗଲ କିଶମ ଜାଗାରୁ ମାଫିଆ ମାନେ ବିଳମ୍ବିତ ରାତିରେ ଏହି ମୁଗୁନି ପଥର ବାହାର ଜିଲ୍ଲାକୁ ଚାଲାଣ କରୁଥିଲେ । ସମସ୍ତ ଗାଡିକୁ ଭୂବନ ଥାନାରେ ରଖାଯାଇଛି। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଠାରେ ନିଶ୍ଚନ୍ତା ପାହାଡ଼ ଠାରେ ଅନେକ ଦିନ ଧରି ବ୍ୟାପକ ମାତ୍ରା ରେ ବେଆଇନ କଳା ମୁଗୁନି ପଥର ଖନନ କରାଯାଇ ଚୋରା ଚାଲାଣ ହେଉଥିଲା l
ତେବେ ଏ ସମ୍ପର୍କ ରେ ସୂଚନା ପାଇ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସପି ଓ, ଡ଼ିଏଫଓ ଙ୍କ ନେତୃତ୍ୱ ରେ STF ର ସହଯୋଗ ରେ ଗତ ବିଳମ୍ବିତ ରାତିରେ ବଡ଼ ଧରଣ ର ଚଢ଼ାଉ ହୋଇଥିଲା l ସେହି ସମୟରେ ମୁଗୁନି ପଥର ଚୋରା ଚାଲାଣ ହେଉଥିବା ପ୍ରାୟ ୨୦ ରୁ ଉର୍ଦ୍ଧ ହାଇୱା ଓ ଡ୍ରାଇଭର ମାନଙ୍କୁ ଅଟକ ରଖିଛି ପୋଲିସ l ତେବେ ଅଟକ ରଖିଥିବା ହାଇୱା ଓ ଡ୍ରାଇଭର ମାନଙ୍କୁ ଭୁବନ ଥାନାରେ ରଖାଯାଇଥିବା ବେଳେ STF ର ଏହି ଚଢ଼ାଉ ସମଗ୍ର ଢେଙ୍କାନାଳ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି l