କନକବ୍ୟୁରୋ: ଢ଼େଙ୍କାନାଳ ଯୁବତୀଙ୍କୁ ଗଣ ଦୁଷ୍କର୍ମ ମାମଲା । ପଞ୍ଚମ ଅଭିଯୁକ୍ତ କାତିଆ ମହାରଣା ଗିରଫ। ଜାତୀୟମାନବାଧିକାର NHRC ରେ ଅଭିଯୋଗ ପରେ ପୋଲିସ ନିଷ୍କ୍ରିୟତାକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏଵଂ ଏସପିଙ୍କ ମାଧ୍ୟମରେ ଡିଜିପିଙ୍କୁ ୧୩ ଦଫା ଦାବି ପତ୍ର ଦେଇଛନ୍ତି , ସଂପୃକ୍ତ ପୋଲିସ୍ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି
ସେହିପରି ରାଜ୍ୟ ମହିଳା କମିଶନର ଡ ମିନତି ବେହେରା ପୀଡ଼ିତଙ୍କ ଗାଁ ଘର ବୁଲି ଆସି ସଖି କେନ୍ଦ୍ରରେ ପିଡିତାଙ୍କୁ ଭେଟି ଥିଲେ ପରେ ସେ ଏସପି ଅଫିସ ଆସିଥିଲେ ଅତିରିକ୍ତ ଏସପିଙ୍କୁ ୧୫ ଦିନ ଭିତରେ ଚାର୍ଜ ସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଏସପି ଘଟଣାକୁ ଗୁରୁତ୍ଵ ଦେଇ ୫ ଜଣଙ୍କୁ ଗିରଫ କରିଛି ଓ ଅନ୍ୟ ଜଣଙ୍କୁ ବି ଗିରଫ କରାଯିବ ବୋଲି କହୁଛନ୍ତି
Follow Us