କନକ ବ୍ୟୁରୋ : ଢ଼େଙ୍କାନାଳରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଆକ୍ସନ ମୋଡରେ ଉପମୁଖ୍ୟମନ୍ତ୍ରୀ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦେଲେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ସାତ ମାସ ଧରି ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଗର୍ଭବତୀ ପରେ ମାମଲା ରୁଜୁ ହୋଇଥିଲା । ୪ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ ।
ସୂଚନା ମୁତାବକ, ଜଣେ ଅସହାୟ ଗରିବ ଝିଅକୁ ୭ଜଣ ପିଶାଚ, ୭ ମାସ ଧରି ଦୁଷ୍କର୍ମ କରି ଚାଲିଥଲେ, ଆଉ ସମସ୍ତେ ସବୁ ଜାଣି ଚୁପ ବସିଥିଲେ, ତାହା ଆଚମ୍ବିତ କରିଛି । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡିର ମହୁଲପଞ୍ଜି ଗାଁରେ । ତେବେ ଦୁଷ୍କର୍ମକାରୀ ମାସ ମାସ ଧରି ଯୁବତୀଙ୍କ ସହ ଦୁଷ୍କର୍ମ କରି ଚାଲିଥିଲେ । ସଦର ପୁଲିସ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ହାତକଡ଼ି ପିନ୍ଧାଇଛି ।
ନିଜ ପାପ କର୍ମର ସବୁସତ ଗୋଟି ଗୋଟି କରି ପୁଲିସ ଆଗରେ ସ୍ୱୀକାର କରିଛନ୍ତି ଅଭିଯୁକ୍ତ । ସୋମବାର ଏମାନଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ ଯୁବତୀଙ୍କ ଘର ନଥିବାରୁ ସେହି ଗାଁର ଅଙ୍ଗନବାଡି କେନ୍ଦ୍ରରେ ବାପାଙ୍କ ସହ ରହିଆସୁଥିଲେ ।