କନକ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକି ସରକାର ଗଢିଛି ବିଜେପି। କିନ୍ତୁ ଏହି ବିଜୟ ପଛରେ ଯେଉଁ ଗୁପ୍ତ ରଣନୀତି ରହିଥିଲା ତାହାର ଖୁଲାସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ବିଜେପି ସରକାର ଗଢିବାକୁ ୨୦୧୭ ପଞ୍ଚାୟତ ନିର୍ବାଚନରୁ ପ୍ରସ୍ତୁତିକୁ ଜୋରଦାର କରିଥିଲା। ୨୦୧୯ରେ ଦଳ ଦ୍ବିତୀୟ ସ୍ଥାନକୁ ଆସିଥିବା ବେଳେ ୨୦୨୪ରେ ମ୍ୟାଜିକ ନମ୍ବର ହାତେଇ ଏକାକି ସରକାର ଗଢିଥିଲା। ଏହାପଛର ସବୁଠୁ ବଡ କାରଣ ଥିଲା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା।
ଭଷ୍ଟ୍ରାଚାର, କୁଶାସନ ଓ ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତା କାରଣରୁ ପୂର୍ବ ସରକାରକୁ ନେଇ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଓ ଆକ୍ରୋଶ ବିଜେପିର ବିଜୟ ପାଇଁ ପଥ ସୁଗମ କରିଥିଲା। ଓଡ଼ିଶାରେ ସାମର୍ଥ୍ୟ ସହ ଲଢିବାକୁ କେନ୍ଦ୍ରୀୟ ବିଜେପି ସବୁଜ ସଙ୍କେତ ଦେଇଥିଲା। ଓଡ଼ିଶାରେ କ୍ଷମତା ହଡପ ପାଇଁ ପଛ ଦ୍ବାରରୁ ଷଡଯନ୍ତ୍ର ହୋଇଥିବା ବେଳେ ଓଡ଼ିଆ ଅସ୍ମିତାକୁ ଅସ୍ତ୍ର କରିଥିଲା ଦଳ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟର ସଂସ୍କୃତି ଓ ପରିଚୟକୁ ନେଇ ଲଢେଇ କରିଥିଲା ବିଜେପି। ଯାହାକୁ ଭରସା କରିଥିଲେ ରାଜ୍ୟବାସୀ ଏବଂ ଏହାର ଫାଇଦା ଦଳକୁ ମିଳିଥିଲା। ପୂର୍ବରୁ ଯାହା ପାଖରେ ଓଡ଼ିଶାର କ୍ଷମତାର ଡୋରି ଥିଲା। ସେମାନେ ରାଜ୍ୟବାସୀଙ୍କୁ ନ୍ୟାୟ ଦେଇ ନାହାନ୍ତି। ଯାହାର ଜବାବ ଚଳିତ ନିର୍ବାଚନରେ ଦେଇଛନ୍ତି ଓଡ଼ିଶାବାସୀ। ରିପ୍ଲବିକ ଭାରତ ପକ୍ଷରୁ ହରିୟାଣା ବାଜିଗର କାର୍ଯ୍ୟକ୍ରମରେ ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/10/18/rL2jOTaUiCyroFiqa8GA.jpg)