କେମିତି ଚାଲିଥିଲା ରାଜ୍ୟରେ ପାଠପଢା ? ପ୍ରଶ୍ନ ଉଠାଇ ଗର୍ଜିଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ନବୀନଙ୍କୁ ଟାର୍ଗେଟ

Advertisment

୫ ବର୍ଷ ପରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷାନୀତି । ଆଉ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି ଜାତୀୟ ଶିକ୍ଷାନୀତି ବାହାନାରେ ତତ୍କାଳୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

୫ ବର୍ଷ ପରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷାନୀତି । ଆଉ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି ଜାତୀୟ ଶିକ୍ଷାନୀତି ବାହାନାରେ ତତ୍କାଳୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ନବୀନଙ୍କୁ ମୋହନ-ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ନବୀନଙ୍କୁ ମୋହନ-ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ Photograph: (KanakNews )

କନକ ବ୍ୟୁରୋ: ୫ ବର୍ଷ ପରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷାନୀତି । ଆଉ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି  ଜାତୀୟ ଶିକ୍ଷାନୀତି ବାହାନାରେ ତତ୍କାଳୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । 

  • ଏପ୍ରିଲରୁ ଜାତୀୟ ଶିକ୍ଷାନୀତି ଖଡିଛୁଆଁ
  •  ‘ପୂର୍ବ ସରକାରରେ ନାଚଗୀତରେ ଚାଲିଥିଲା ଶିକ୍ଷା’ 

ଏଭଳି କହି ପୂର୍ବ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ନୂଆ ସରକାର ଆସିବା ପରେ ଲାଗୁ ହୋଇଛି ନୂଆ ଶିକ୍ଷାନୀତି ।  ଏହାକୁ ନେଇ ରାଜ୍ୟ ସରକାର ଉତ୍ସାହିତ ଅଛନ୍ତି । ଭୁବନେଶ୍ୱରର ଲୋକସେବା ଭବନରେ ଜାତୀୟ ଶିକ୍ଷା କର୍ମଶାଳାରେ ସାମିଲ ହୋଇ ପୂର୍ବ ସରକାରଙ୍କୁ ଧୋଇଛନ୍ତି  ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି,ପୁରୁଣା ସରକାର କେବଳ ଲୋକ ଦେଖାଣିଆ ଭାବେ ଜାତୀୟ ଶିକ୍ଷା ନୀତିକୁ ଗ୍ରହଣ କରିଥିଲା । କିନ୍ତୁ ମୋହନ ସରକାର ଏହାକୁ କରିକି ଦେଖାଇଛନ୍ତି । ଅତୀତ ସରକାର କେବଳ ନାଚଗୀତରେ ଟଙ୍କା ଖର୍ଚ୍ଚ କରୁଥିଲେ । 

  • ଫାଇଭ-ଟି ସ୍କୁଲକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ
  • ନୂଆ ଶିକ୍ଷାନୀତିରେ ସଜାଡି ହେବ କି ବ୍ୟବସ୍ଥା?

ଜାତୀୟ ଶିକ୍ଷା କର୍ମଶାଳାରେ ସାମିଲ ହୋଇ ତତ୍କାଳୀନ ସରକାରର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ  ମୁଖ୍ୟମନ୍ତ୍ରୀ ମୋହନ ମାଝି । କହିଥିଲେ, ପୁରୁଣା କାନ୍ଥରେ ରଙ୍ଗଦେଲେ ରୂପାନ୍ତରଣ ହୁଏ ନାହିଁ । ଅବ୍ୟବସ୍ଥା ମଧ୍ୟକୁ ଠେଲି ଦିଆଯାଇଥିଲା ଶିକ୍ଷାବ୍ୟବସ୍ଥା । ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇନଥିଲା । ଭଙ୍ଗା କୁଡିଆରେ , ବାରଣ୍ଡାରେ , ଗଛମୂଳରେ ଶିକ୍ଷା ଦିଆଯାଉଛି, ଯାହାକୁ ସ୍ୱୀକାର କରିବାକୁ ପଡିବ ।  ସେପଟେ ଧର୍ମେନ୍ଦ୍ର ଓ ମୋହନଙ୍କ ଆକ୍ଷେପକୁ କାଉଣ୍ଟର କରିଛି ବିଜେଡି ।

ତେବେ ଶିକ୍ଷା କର୍ମଶାଳାରେ ଶିକ୍ଷା ବ୍ୟବସ୍ଥାକୁ ନେଇ  ତତ୍କାଳୀନ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଏବେ ଦେଖିବାର କଥା, ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେଲେ  ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କେତେ ସୁଧୁରିବ ?  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe