କନକ ବ୍ୟୁରୋ: ବିଧାୟକଙ୍କୁ ଆକ୍ରମଣ । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗାଡିକୁ ଆକ୍ରମଣ ହୋଇଛି। ବିଧାୟକ ଡିଡିଏମ ଅଫିସ ଯାଉଥିବା ବେଳେ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ବି ଆକ୍ରମଣ କରାଯାଇଛି । ଗାଡିରେ ବିଧାୟକ ବସିଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣରେ ବିଧାୟକଙ୍କ ଗାଡି ଭାଙ୍ଗିଯାଇଛି । ବିଧାୟକ ଅଭିଯୋଗ କରିଛନ୍ତି, ତାଙ୍କ ଚେନ ବି ଲୁଟ୍ ହୋଇଛି । ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଲୋକ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ଏହାପରେ ବରୁହାବୁଢା ବ୍ରିଜ ନିକଟରେ ବିଜେଡି ଓ ବିଜେପି ସମର୍ଥକ ମୁହାଁମୁହଁ ହୋଇଛନ୍ତି । ପୁଲିସ ଉପସ୍ଥିତିରେ ଗଣ୍ଡଗୋଳ ହୋଇଛି ।
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ । ଡିଡିଏମ୍ ଅଫିସ୍ ଯାଉଥିବା ବେଳେ ଗାଡି ଭଙ୍ଗାରୁଜା, ଅଳ୍ପକେ ବର୍ତ୍ତିଗଲେ ବିଧାୟକ ।
ବବି ଦାସଙ୍କ ଲୋକ ଆକ୍ରମଣ କରିଥିବା ଅଭିଯୋଗ ଆଣିଲେ ହିମାଂଶୁ । ବିଜେଡି-ବିଜେପି ସମର୍ଥକ ମୁହାଁମୁହିଁ । ଗାଡିରେ ବିଧାୟକ ବସିଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଛି । ବିଜେଡି ଓ ବିଜେପି ସମର୍ଥକ ମୁହାଁମୁହଁ ହୋଇଛନ୍ତି ।
/kanak/media/media_files/2024/11/20/Ehsj7TQgTfk7rj0EbqJ6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)