ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା : ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଯାଜପୁର ସଦର ଥାନା ଅନ୍ତର୍ଗତ ବୁଢା ବ୍ରିଜ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣା । ତଦନ୍ତ ଭାର ନେଲା କ୍ରାଇମ୍ ବ୍ରାଞ୍ଚ ଟିମ୍‌ । ପୁରା ଘଟଣାର ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ

himanshu

କନକବ୍ୟୁରୋ : ଯାଜପୁର ସଦର ଥାନା ଅନ୍ତର୍ଗତ ବୁଢା ବ୍ରିଜ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣା । ତଦନ୍ତ ଭାର ନେଲା କ୍ରାଇମ୍ ବ୍ରାଞ୍ଚ ଟିମ୍‌ । ପୁରା ଘଟଣାର ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ । ବିଧାୟକଙ୍କୁ ଆକ୍ରମଣ ଓ ବିରଜା ହାଟରେ ହଙ୍ଗାମା ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୧୯ ଜଣଙ୍କୁ ଗିରଫ କରିଛି ।

ଶତାଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏବେ ବି ଶତାଧିକ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ୪ଟି ସ୍ପେଶାଲ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଏପରି ସମୟରେ ରାଜ୍ୟ ସରକାର ବିଧାୟକଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe