କନକବ୍ୟୁରୋ : ଯାଜପୁର ସଦର ଥାନା ଅନ୍ତର୍ଗତ ବୁଢା ବ୍ରିଜ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣା । ତଦନ୍ତ ଭାର ନେଲା କ୍ରାଇମ୍ ବ୍ରାଞ୍ଚ ଟିମ୍ । ପୁରା ଘଟଣାର ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ । ବିଧାୟକଙ୍କୁ ଆକ୍ରମଣ ଓ ବିରଜା ହାଟରେ ହଙ୍ଗାମା ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୧୯ ଜଣଙ୍କୁ ଗିରଫ କରିଛି ।
ଶତାଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏବେ ବି ଶତାଧିକ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ୪ଟି ସ୍ପେଶାଲ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଏପରି ସମୟରେ ରାଜ୍ୟ ସରକାର ବିଧାୟକଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/25/HO39DkRHGr8i2y7xcFIu.jpg)