କନକବ୍ୟୁରୋ : ଯାଜପୁର ସଦର ଥାନା ଅନ୍ତର୍ଗତ ବୁଢା ବ୍ରିଜ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣା । ତଦନ୍ତ ପାଇଁ ଯାଜପୁରରେ ପହଞ୍ଚିଲା କ୍ରାଇମ୍ ବ୍ରାଞ୍ଚ ଟିମ୍ । ଯାଜପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମ୍ବ୍ରାଞ୍ଚର ୩ଟି ଟିମ୍ । ଏଡିଜି ବିନୟତୋସ୍ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତଦନ୍ତ ଆରମ୍ଭ ହୋଇଛି ।
ଅତିରିକ୍ତ ଏସ୍ପି ଓ ଡିଏସ୍ପି ରାଙ୍କର ଦକ୍ଷ ଅଧିକାରୀ ଟିମ୍ ଗଠନ କରିଛି କ୍ରାଇମ୍ବ୍ରାଞ୍ଚ। ଆଜି ପ୍ରଥମ ପର୍ଯ୍ୟାୟରେ ବିଧାୟକଙ୍କ ବ୍ୟକ୍ତିଗତ ସହାୟକଙ୍କ ରେକର୍ଡ କରିବ କ୍ରାଇମ୍ବ୍ରାଞ୍ଚ । ପୂର୍ବତନ ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରି ପଚରା ଉଚୁରା କରିପାରେ କ୍ରାଇମ୍ବ୍ରାଞ୍ଚ ।
ବିଧାୟକଙ୍କୁ ଆକ୍ରମଣ ଓ ବିରଜା ହାଟରେ ବିବାଦ ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୧୯ ଜଣଙ୍କୁ ଗିରଫ କରିଛି। ଶତାଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏବେ ବି ଶତାଧିକ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ୪ଟି ସ୍ପେଶାଲ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ଏପରି ସମୟରେ ରାଜ୍ୟ ସରକାର ବିଧାୟକଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ।