କନକ ବ୍ୟୁରୋ : କେଉଁଠି ଟାର୍ଗେଟ ସରିବାକୁ ବସିଲାଣି ତ’ ପୁଣି କେଉଁଠି ଟାର୍ଗେଟ ଅଛି ହେଲେ ଧାନ ଉଠାଣ ତ୍ୱରାନ୍ୱିତ ହେଉନି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଧାନ କ୍ରୟକୁ ନେଇ ଅଚଳାବସ୍ଥା ଲାଗି ରହିଛି । ଧର୍ମଗଡ଼ ଠାରୁ ମାତ୍ର ୩ କିମି ଦୂରରେ ଥିବା ବୋଡେନ୍ ମଣ୍ଡିରୁ ବର୍ତ୍ତମାନ ସୁଦ୍ଧା ୯୩ ଚାଷୀଙ୍କ ୫ ହଜାର ୫୦୦ କ୍ବିଣ୍ଟାଲ୍ ଧାନ ଉଠିନି । ଖୋଲା ଆକାଶ ତଳେ ପଡ଼ିରହିଛି କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଧାନ ।
ଚାଷୀଙ୍କ ସମସ୍ୟା ଦୂର ହେବ, ଉଚିତ ମୂଲ୍ୟ ମିଳିବ, ଧାନ ଠିକ ସମୟରେ ଉଠିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ବିଶ୍ୱାସ କରି ଆମେ ଭୋଟ୍ ଦେଲୁ। କିନ୍ତୁ ସମସ୍ୟାର ସୁଧାର ଆସିପାରିଲାନି କହି ବିଜେପି ଉପରେ ବର୍ଷିଛନ୍ତି ଚାଷୀ । ଧର୍ମଗଡ଼ ବ୍ଲକ ବୋଡେନ ମଣ୍ଡିରେ ମୋଟ୍ ୮୩୩ ଜଣ ଚାଷୀ ଧାନ ବିକ୍ରି ଲାଗି ପଞ୍ଜିକରଣ କରିଥିଲେ। ଟାର୍ଗେଟ୍ ମିଳିଥିଲା ୪୫ ହଜାର ୭୧୪ କ୍ବିଣ୍ଟାଲ୍। କିନ୍ତୁ ମଣ୍ଡି ଦାୟିତ୍ବରେ ଥିବା ମୋଟ ୧୨ ଜଣ ମିଲର୍ସ ୪୧ ହଜାର ୯୧୩ କ୍ବିଣ୍ଟାଲ୍ ଧାନ ଉଠାଇଛନ୍ତି। ସେଥିରେ ପୁଣି କ୍ବିଣ୍ଟାଲ୍ ପ୍ରତି ୫ ରୁ ୭ କେଜି ଧାନ କଟନିଛଟନି କରାଯାଉଥିବା ଅଭିଯୋଗ ଆସିଛି। ତୁରନ୍ତ ମଣ୍ଡିରୁ ଧାନ ନଉଠିଲେ ଆନ୍ଦୋଳନ ହେବ ବୋଲି କହିଛନ୍ତି ବିଜେଡି ନେତା । ପ୍ରତିଦିନ ଖବର ବାଜୁଛି। ଚାଷୀ ଅଭିଯୋଗ କରୁଛନ୍ତି। କିନ୍ତୁ କେମିତି ଚାଷୀର ଧାନ ସୁରୁଖୁରୁରେ ମଣ୍ଡିରୁ ଉଠି ଚାଷୀ ତା’ ପରିଶ୍ରମର ଉଚିତ୍ ପ୍ରାପ୍ୟ ପାଇବ ତା’ ଦିଗରେ କାହାର ଧ୍ୟାନ ନାହିଁ। ସ୍ଥାନୀୟ ପ୍ରଶାସନ ତୁରନ୍ତ ସମସ୍ୟାର ସମାଧାନ କଲେ ଏକ ବଡ଼ ଆନ୍ଦୋଳନର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
ଅଧିକ ପଢ଼ନ୍ତୁ---ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପିଲାଙ୍କୁ ପହଂଚିବାକୁ ସିବିଏସିର ନିର୍ଦ୍ଦେଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/dharmagada-2026-02-16-17-35-18.png)