କନକ ବ୍ୟୁରୋ : ଆଗକୁ ଆସୁଛି ଧନତେରସ ପର୍ବ । ସନାତନ ଧର୍ମରେ ଏହି ପର୍ବର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ହିନ୍ଦୁ ଧର୍ମର ଲୋକ ମା’ ଲକ୍ଷ୍ମୀ, ଧନର ଦେବତା କୁବେର ଏବଂ ଆୟୁର୍ବେଦର ପିତା ପ୍ରଭୁ ଧନ୍ବନ୍ତରୀଙ୍କୁ ପୂଜା କରନ୍ତି । ଏହି ଦିନ ସୁନା, ରୂପା , ଅଳଙ୍କାର , ବାସନ ଏବଂ ଝାଡୁ କିଣିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଚଳିତବର୍ଷ ୨୦୨୫ ଅକ୍ଟୋବର ୧୮ ତାରିଖ ଶନିବାର ଦିନ ଧନତେରସ ପର୍ବ ପାଳନ କରାଯିବ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଧନତେରସ ପୂର୍ବ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ସମୟରେ ଅନେକ ପ୍ରଭାବଶାଳୀ ଗ୍ରହଙ୍କ ଗୋଚର ହେଉଛି । ବିଶେଷକରି ଗ୍ରହମାନଙ୍କର ରାଜକୁମାର ବୁଧଙ୍କ ଚାଲି ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଅକ୍ଟୋବରରେ କେଉଁ ଦିନ ବୁଧ ଦେବ ଦେବଗୁରୁ ବୃହସ୍ପତିଙ୍କ ନକ୍ଷତ୍ର 'ବିଶାଖା'ରେ ଗୋଚର କରିବେ ଏବଂ ଏହାର ପ୍ରଭାବ କେଉଁ ରାଶିମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ । ଧନତେରସର ଦୁଇ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର ୧୬ ରେ ବୁଧ ଦେବ ବିଶାଖା ନକ୍ଷତ୍ରରେ ଗୋଚର କରିବେ । ଗୁରୁବାର ଦିନ ଏହି ଗୋଚର ସନ୍ଧ୍ୟା ୭ ଟା ୮ ମିନିଟରେ ତୁଳା ରାଶିରେ ରହିବା ସମୟରେ ହେବ । ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବାଣୀ ଏବଂ ତର୍କର ଦାତା ବୋଲି କୁହାଯାଏ । ଏହା ବ୍ୟତୀତ ବୁଧ ଦେବ ବ୍ୟବସାୟ, ଗଣିତ ଏବଂ ଚର୍ମର ମଧ୍ୟ ପ୍ରତିନିଧିତ୍ୱ କରନ୍ତି । ଅନ୍ୟପକ୍ଷରେ ବିଶାଖା ନକ୍ଷତ୍ରର ସ୍ୱାମୀ ଦେବଗୁରୁ ବୃହସ୍ପତି, ଯାହାଙ୍କୁ ଗୁରୁ ଦେବ ଏବଂ ଗୁରୁ ଗ୍ରହ ନାମରେ ମଧ୍ୟ ନାମିତ କରାଯାଇଛି । 

Advertisment

ମେଷ 

ବୁଧଙ୍କ ଗୋଚର ମେଷ ରାଶିର ଲୋକଙ୍କ ଜୀବନକୁ ଏକ ନୂତନ ସ୍ତରକୁ ନେଇଯିବ । ଅବିବାହିତ ଥିବା ଯୁବକମାନେ ଧନତେରସ ପୂର୍ବରୁ ନିଜ ଜୀବନସାଥୀ ପାଇପାରନ୍ତି । ଯେଉଁମାନଙ୍କର ବିବାହ ହୋଇସାରିଛି, ସେମାନଙ୍କ ଜୀବନରେ ସ୍ଥିରତା ରହିବା ସହ କଳହ କମିବ । ଚାକିରି କରୁଥିବା ଲୋକଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ନିବେଶର ନୂତନ ରାସ୍ତା ଖୋଲିବ ।

କର୍କଟ 

ଧନତେରସ ପୂର୍ବ ସମୟ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅନେକ ଦୃଷ୍ଟିରୁ ଖାସ୍ ରହିବ । ଯଦି ଆପଣଙ୍କର କାହା ସହିତ ଝଗଡ଼ା ଚାଲିଛି, ତାହା ଶେଷ ହେବ ଏବଂ ଦୁହେଁ ପୁଣି ଏକାଠି ଭଲ ସମୟ ବିତାଇବେ । ବିବାହିତ ଲୋକଙ୍କ ବ୍ୟବହାରରେ ଶ୍ୱଶୁର ଘର ଲୋକ ଖୁସି ହେବେ ଏବଂ ଉପହାର ଦେବେ । ଏହି ସମୟରେ ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ ।

ତୁଳା 

ଏହି ସମୟ ତୁଳା ରାଶିର ଲୋକଙ୍କ ପାଇଁ ଭଲ ରହିବ । ଭାଗ୍ୟ ମଜବୁତ ହେବା କାରଣରୁ ଯୋଜନା କରାଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏହା ସହିତ ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ବଢ଼ିବ, ଯାହା ଆପଣଙ୍କୁ ଭବିଷ୍ୟତରେ ନିଶ୍ଚିତ ଭାବରେ ଲାଭ ଦେବ । ଚାକିରି କରୁଥିବା ଲୋକଙ୍କ ସହ ସେମାନଙ୍କ ସହକର୍ମୀ ଖୁସି ହେବେ ।  

ମେଷ, କର୍କଟ ଏବଂ ତୁଳା ରାଶିର ଲୋକଙ୍କ ବ୍ୟତୀତ କୁମ୍ଭ ରାଶିର ଲୋକଙ୍କୁ ମଧ୍ୟ ଧନତେରସ ପୂର୍ବରୁ ବୁଧ ଗୋଚରରୁ ଆର୍ଥିକ ଲାଭ ହେବ। ଯଦି କୌଣସି ପାର୍ଟି ନିକଟରେ ଟଙ୍କା ଅଟକି ରହିଛି, ତାହା ମିଳିଯିବ । ଆଶା କରାଯାଉଛି ଯେ ଧନତେରସ ପୂର୍ବରୁ ଅବିବାହିତ ଯୁବକ,ଯୁବତୀ ସେମାନଙ୍କ ମନପସନ୍ଦର ମଣିଷଙ୍କ ସହିତ ଭଲ ସମୟ ବିତାଇବେ । ବିବାହିତ ଲୋକଙ୍କର ଘର ଲୋକଙ୍କ ସହିତ ଭେଟ ହେବ ଏବଂ ସମ୍ପର୍କରେ ମଜବୁତ ଆସିବ । ଏହା ବ୍ୟତୀତ ଧନକୋଷରେ ବୃଦ୍ଧିର ଯୋଗ ମଧ୍ୟ ରହିଛି ।