କନକ ବ୍ୟୁରୋ : ଆଗକୁ ଆସୁଛି ଧନତେରସ୍ । ସନାତନ ଧର୍ମରେ ଏହି ପର୍ବର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ହିନ୍ଦୁ ଧର୍ମର ଲୋକ ମା’ ଲକ୍ଷ୍ମୀ, ଧନର ଦେବତା କୁବେର ଏବଂ ଆୟୁର୍ବେଦର ପିତା ପ୍ରଭୁ ଧନ୍ବନ୍ତରୀଙ୍କୁ ପୂଜା କରନ୍ତି । ଏହି ଦିନ ସୁନା, ରୂପା , ଅଳଙ୍କାର , ବାସନ ଏବଂ ଝାଡୁ କିଣିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଚଳିତବର୍ଷ ୨୦୨୫ ଅକ୍ଟୋବର ୧୮ ତାରିଖ ଶନିବାର ଦିନ ଧନତେରସ ପର୍ବ ପାଳନ କରାଯିବ । ମାନ୍ୟତା ରହିଛି ଧନତେରସ୍ ପର୍ବଟି ସପିଂ ପାଇଁ ସବୁଠାରୁ ଶୁଭ । ଧନୀ ହେବା ପାଇଁ କାହାର ଇଚ୍ଛା ନାହିଁ କହିଲେ । ଏହି ଦିନ ଲୋକମାନେ ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ପ୍ରତିକାର କରନ୍ତି । ଯେଉଁ ଲୋକମାନେ ଧନୀ ହେବା ପାଇଁ ଦିନରାତି ପରିଶ୍ରମ କରନ୍ତି କିନ୍ତୁ ତା’ପରେ ମଧ୍ୟ ମା’ ଲକ୍ଷ୍ମୀ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ସେମାନେ ଏହି ସମୟରେ ମା’ଙ୍କର ବିଶେଷ ପୂଜା କରାଇଥା’ନ୍ତି । ଯଦି ଆପଣଙ୍କ ସହିତ ମଧ୍ୟ ଏପରି ହେଉଛି ଯେ ସବୁ ପ୍ରତିକାର କରିବା ସତ୍ତ୍ବେ ମଧ୍ୟ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷୁନାହିଁ ତେବେ ଧନତେରସ୍ ଦିନ ଆପଣ ନିଶ୍ଚିତ ଭାବରେ ଗୋଟିଏ ପ୍ରତିକାର କରିବା ଉଚିତ । ମୁକେଶ ଅମ୍ବାନୀ, ଗୌତମ ଆଦାନୀଙ୍କ ପରି କୋଟିପତି ଲୋକମାନେ ଧନତେରସ୍ ଦିନ ନିଜ ଘରକୁ ଗୋଟିଏ ଜିନିଷ ନିଶ୍ଚିତ ଭାବରେ ଆଣନ୍ତି, ଯାହାଦ୍ୱାରା ମା’ ଲକ୍ଷ୍ମୀ ଅତ୍ୟନ୍ତ ସନ୍ତୁଷ୍ଟ ହୁଅନ୍ତି ଏବଂ ସାରା ବର୍ଷ ସେମାନଙ୍କ ଉପରେ ଟଙ୍କା ବର୍ଷା କରନ୍ତି । ଯଦି ଆପଣ ମଧ୍ୟ ଚାହୁଛନ୍ତି ଯେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତୁ ତେବେ ଆସନ୍ତୁ ଜାଣିବା ଯେ ଏହି ଦିନ କେଉଁ ଜିନିଷ ଘରକୁ ଆଣିବେ ।

Advertisment
attract-money
attract-money Photograph: (google)

ଯଦି ଆପଣ ଧନତେରସ୍ ଦିନ ସୁନା-ରୁପା କିଣିପାରିବେ ନାହିଁ, ତେବେ ଏକ ପ୍ୟାକେଟ୍ ଲୁଣ କିଣିପାରିବେ । ଧନତେରସ୍ ଦିନ ଲୁଣ କିଣିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । କୋଟିପତି ଲୋକମାନେ ଏତେ ଧନୀ ହେବା ସତ୍ତ୍ୱେ ଧନତେରସରେ ନିଶ୍ଚିତ ଭାବରେ ଲୁଣ କିଣନ୍ତି । ଯଦି ଆପଣ ଧନତେରସ୍ ଦିନ ଲୁଣ କିଣନ୍ତି ତେବେ ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ବଜାୟ ରୁହେ ଏବଂ ଆପଣଙ୍କୁ ଆର୍ଥିକ ଲାଭ ହୁଏ । କେବଳ ଏତିକି ନୁହେଁ ଧନତେରସ୍ ଦିନ ଲୁଣର ଅନେକ ପ୍ରତିକାର ଆପଣଙ୍କ ଜୀବନରେ ଖୁସି ଆଣିବାରେ ମଧ୍ୟ ସାହାଯ୍ୟ କରେ । କିନ୍ତୁ ମନେରଖନ୍ତୁ ଯେ ଏହି ଦିନ କିଣାଯାଇଥିବା ଲୁଣ ଆପଣ ପ୍ରଥମେ ଖାଇବେ ନାହିଁ ବରଂ ଏହାକୁ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରିବେ ।

ଦାନଧର୍ମ କରିବା ଅତ୍ୟନ୍ତ ମହତ୍ କାମ । କିନ୍ତୁ କାହାକୁ ଲୁଣ ଦାନ କିମ୍ବା ଲୁଣ ଉଧାର ଦେବା ଉଚିତ୍ ନୁହେଁ । ଧନତେରସ୍ ଦିନ ୫ କିଲୋ ରକ୍ ସଲ୍ଟ କିଣନ୍ତୁ ଏବଂ ଏହାକୁ ଲାଲ୍ କପଡ଼ାରେ ବାନ୍ଧି ରୋଷେଇ ଘରେ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ କାହାର ନଜର ପଡ଼ିବ ନାହିଁ । ସେହି ସ୍ଥାନରେ ଲୁଣକୁ ବର୍ଷସାରା ରଖନ୍ତୁ । ବର୍ଷେ ପରେ ପରବର୍ତ୍ତୀ ଧନତେରସରେ ଏହି ଲୁଣକୁ ଘରର ଆଖପାଖରେ ଥିବା କୌଣସି ନଦୀରେ ଭସାଇ ଦିଅନ୍ତୁ ଏବଂ ତା’ର ସ୍ଥାନରେ ପୁଣି ଲୁଣ ବାନ୍ଧି ରଖିଦିଅନ୍ତୁ । ଏହି ପ୍ରତିକାର ଦ୍ୱାରା ଆପଣଙ୍କ ଜୀବନରେ ସର୍ବଦା ଖୁସି ବଜାୟ ରହିବ ଏବଂ ଶୀଘ୍ର ଧନ ଲାଭ ମଧ୍ୟ ହେବ । ଏହା ସହିତ ଆପଣ ଧନତେରସ୍ ଦିନ ଏକ ଜାଗାରେ ଅଲଗା ଲୁଣ କିଣି ରୋଷେଇ ଘରେ ପ୍ରତିଦିନ ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା କେବେ ମଧ୍ୟ ଅନ୍ନ-ଧନର ଅଭାବ ହୁଏ ନାହିଁ ଏବଂ ମା’ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ରୁହେ ।