ଅଲଗା ହେଲେ ଚହଲ - ଧନଶ୍ରୀ ; ବିଚ୍ଛେଦ ବାବଦକୁ ଦେବେ ୬୦ କୋଟି

୧୮ମାସ ଅଲଗା ରହିବା ପରେ ଏବେ ପରସ୍ପରଠୁ ଅଲଗା ହେଲେ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା  । ଛାଡପତ୍ରକୁ ମଞ୍ଜୁରୀ ଦେଲେ ବାନ୍ଦ୍ରା ଫ୍ୟାମିଲି କୋର୍ଟ । ୨୦୨୦ରେ ପ୍ରେମ ବିବାହ କରିବା ପରେ ୨୦୨୩ ଉଭୟଙ୍କ ସର୍ମ୍ପକରେ ଆସିଥିଲା ତିକ୍ତତା ।

ଅଦ୍ୟତନ ହୋଇଛି
Chahal-Dhanshri

Chahal-Dhanshri Photograph: (kanakNews)

କନକ ବ୍ୟୁରୋ:   ଶେଷରେ ପରସ୍ପରଠୁ ଅଲଗା ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଡ୍ୟାନ୍ସର ତଥା ପତ୍ନୀ ଧନଶ୍ରୀ । ଉଭୟଙ୍କ ମଧ୍ୟରେ ଆଇନଗତ ବିବାହ ବିଚ୍ଛେଦ ହୋଇଛି । ୧୮ମାସ ହେବ ପରସ୍ପରଠୁ ଅଲଗା ହେବା ପରେ ଏବେ ଉଭୟଙ୍କଠୁ ଅଲଗା ହୋଇଛନ୍ତି । ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଚାଲିଥିବାବେଳେ ଗୁରୁବାର କୋର୍ଟ ମୋହର ମାରିଛନ୍ତି । ୨୦୨୦ ଡିସେମ୍ବର ୧୧ରେ ବେଶ୍ ଧୁମଧାମରେ ଏମାନଙ୍କ ବାହାଘର ହୋଇଥିଲା । ଉଭୟଙ୍କ ପରିବାରର ସହମତିରେ ବାହାଘର ହେବା ସହ ବଲିଉଡ ଓ କ୍ରିକେଟର ଦୁନିଆର ଅନେକ ତାରକା ଯୋଗଦେଇଥିଲେ । ତେବେ ୨୦୨୩ରେ ଏମାନଙ୍କ ମଧ୍ୟରେ ତିକ୍ତତା ଆସିଥିବା ଖବରକୁ ଏକ ଗୁଜବ କହି ଉଭୟ ଏଡାଇଯାଇଥିଲେ ।

 ହେଲେ ସମୟ ବଢ଼ିବା ସହ ଗୁଜବ ସତ ହୋଇଥିଲା।  ବିଭିନ୍ନ ଘଟଣା ଏକଥା ପ୍ରକାଶ କରିଥିଲା ଯେ କିଛି ଠିକ ନାହିଁ ଉଭୟଙ୍କ ମଧ୍ୟରେ । ତେବେ ଦେଢ଼ବର୍ଷ ହେବ ପରସ୍ପରଠୁ ଦୂରେଇ ରହିବା ନେଇ ଖବର ପ୍ରଚାର ହେବା ସହ ଉଭୟ ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe