କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଖବର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦୁହେଁ ଇନଷ୍ଟାଗ୍ରାମରେ ମଧ୍ୟ ପରସ୍ପରକୁ ଅନଫଲୋ କରିଛନ୍ତି । ତେବେ ଭାରତୀୟ ସ୍ପିନର ଇନଷ୍ଟାଗ୍ରାମ ଜରିଆରେ ଲଗାତାର ପୋଷ୍ଟ ସେୟାର କରୁଥିବା ଦେଖିବାକୁ ମିଳୁଛି । ଏବେ ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା ପ୍ରଥମ ଥର ପାଇଁ ଛାଡ଼ପତ୍ର ଖବର ସାମ୍ନାକୁ ଆସିବା ପରେ ନୀରବତା ଭାଙ୍ଗିଛନ୍ତି। ଧନଶ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ନୀରବତା ଭଙ୍ଗ କରିଛନ୍ତି। ଇନଷ୍ଟାଗ୍ରାମରେ ଧନଶ୍ରୀ ଲେଖିଛନ୍ତି ତାଙ୍କ ନୀରବତା କେବଳ ତାଙ୍କ ଦୁର୍ବଳତା ନୁହେଁ ବରଂ ତାଙ୍କ ଶକ୍ତି । ଧନଶ୍ରୀ ବର୍ମା ଲେଖିଛନ୍ତି, ଗତ କିଛି ଦିନ ମୋ ପରିବାର ଏବଂ ମୋ ପାଇଁ ବହୁତ କଷ୍ଟଦାୟକ ଥିଲା। ପ୍ରକୃତରେ ଚିନ୍ତାଜନକ ବିଷୟ ହେଉଛି ଭିତ୍ତିହୀନ ଲେଖା ମାଧ୍ୟମରେ ମୋତେ ବଦନାମ କରାଯାଉଛି, ତଥ୍ୟହୀନ ଏବଂ ଘୃଣା ପ୍ରସାର କରାଯାଉଛି ,ଯେଉଁଥିପାଇଁ ମତେ ଟ୍ରୋଲ କରାଯାଉଛି। ମୁଁ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ମୋର ନାମ ଏବଂ ସଚ୍ଚୋଟତା ସୃଷ୍ଟି କରିଥିଲି ।ଏପରିକି ଚହଲ ଓ ଧନଶ୍ରୀଙ୍କ ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ତେବେ ଉଲ୍ଲେଖଯୋଗ୍ୟ, ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର କୁ ନେଇ ଏପର୍ୟ୍ୟନ୍ତ କିଛି କୁହାଯାଇନାହିଁ।