କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ପ୍ରାୟ ବର୍ଷେ ହେଲା ଯୋଜନା ହେଉଥିଲା । କିନ୍ତୁ ଏପର୍ଯ୍ୟନ୍ତ ହୋଇନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ହେବା ନେଇ ଦାବି ହୋଇଆସୁଥିଲା । କାର୍ତ୍ତିକରେ ଲକ୍ଷାଧିକ ଭକ୍ତ ପୁରୀ ଆସିବେ । ବାହାରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଥିବା ବେଳେ ଭିତର ଧାଡ଼ି ଦର୍ଶନ ବ୍ୟବସ୍ଥା କିନ୍ତୁ ହୋଇନଥିଲା । ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ବରୁ କହିଥିଲେ, ଜାନୁଆରିରୁ ଶ୍ରୀମନ୍ଦିରରେ ଭିତର ଦର୍ଶନ ଲାଗି ଧାଡ଼ି ବ୍ୟବସ୍ଥା ଲାଗୁ ହେବ । କିନ୍ତୁ ଜାନୁଆରିରେ ହୋଇନଥିଲା । ଆଠ ମାସ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଘୋଷଣା କରିଛନ୍ତି ଆଇନମନ୍ତ୍ରୀ । ଏହାଦ୍ବାରା ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ବାହାରି ପାରିବେ । ଘଣ୍ଟି ଦ୍ଵାରରେ ମହିଳା ଓ ବରିଷ୍ଠ ନାଗରିକ, ଗାରଦ ଦ୍ଵାରରେ ପୁରୁଷଙ୍କ ପାଇଁ ପ୍ରସ୍ଥାନ ରହିବ ।
ସେପ୍ଟେମ୍ବର ୧୫ ସୁଦ୍ଧା ଧାଡ଼ି ଦର୍ଶନ !
ଜଗମୋହନ ହେବ ଶୀତତାପ ନିୟନ୍ତ୍ରିତ
ତେବେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ ଅଛି , ଖୁବଶୀଘ୍ର ଏସବୁ ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।