ଅନିଶ୍ଚିତତାରେ ଝୁଲାପୋଲ ଭବିଷ୍ୟତ; ଯାଞ୍ଚ ପରେ ବି ମାସମାସ ଧରି ମିଳୁନି ରିପୋର୍ଟ

କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠ । ଯେତବେଳେ ପୀଠ କଥା ପଡ଼େ ସେତବେଳେ ମନେ ପଡ଼େ ଝୁଲା ପୋଲ କଥା । ହଜାର ହଜାର ଭକ୍ତ ସେହି ପୋଲ ଦେଇ ବାବାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ।

Dhableswar Hanging Bridge

Dhableswar Hanging Bridge Photograph: (Kanak News)

କନକ ବ୍ୟୁରୋ : ୨୦୨୨ରୁ ବନ୍ଦ ପଡ଼ିଛି କଟକ ଜିଲ୍ଲାର ବାବା ଧବଳେଶ୍ୱର ପୀଠ ଝୁଲା ପୋଲ । ପୋଲ ଦୁର୍ବଳ ଅବସ୍ଥାରେ ଥିବାରୁ ଏହାକୁ ଭକ୍ତଙ୍କ ପାଇଁ ବାରଣ କରାଯାଇଥିଲା । ଏବେ ଏହାର କାର୍ଯ୍ୟକ୍ଷମ ହେବା ଅନିଶ୍ଚିତତା ଭିତରେ ରହିଛି । ବୈଷୟିକ କିମିଟି ଯାଞ୍ଚ କରି ମାସମାସ ଧରି ରିପୋର୍ଟ ପ୍ରଦାନ ନକରିବା ଜନଅସନ୍ତୋଷର କାରଣ ପାଲଟିଛି  ।

କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠ । ଯେତବେଳେ ପୀଠ କଥା ପଡ଼େ ସେତବେଳେ ମନେ ପଡ଼େ ଝୁଲା ପୋଲ କଥା । ହଜାର ହଜାର ଭକ୍ତ ସେହି ପୋଲ ଦେଇ ବାବାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ହେଲେ ୨୦୨୨ରେ ଗୁଜୁରାଟର ମୋରବୀ ଠାରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣା ପରେ ସଜାଗ ହୋଇଥିଲା ପ୍ରଶାସନ । ପ୍ରଶାସନ ପକ୍ଷରୁ କଲିକତାରୁ ଏକ ବୈଷୟିକ ଟିମ୍ ପୋଲର ଯାଞ୍ଚ କରି ଦୁର୍ବଳ ବୋଲି ରିପୋର୍ଟ ଦେବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପୋଲକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା ।

୨୦୦୬ରେ ନିର୍ମିତ ଏହି ଝୁଲା ପୋଲର ୧୫ ଶହ ଲୋକ ଧାରଣ କ୍ଷମତା ଥିଲା । ପରେ ପୋଲ ଦୁର୍ବଳ ହେବାରୁ ଏହାକୁ ୬ ଶହକୁ କମେଇ ଦିଆଗଲା । ଧୀରେ ଧୀରେ ଏହି କ୍ଷମତା ପହଞ୍ଚିଗଲା ୨ଶହରେ । ପରେ ୨୦୨୨ରେ ଏହି ପ୍ରକଳ୍ପ ବନ୍ଦ କରାଗଲା । ଗତ ଅଗଷ୍ଟ ମାସରେ କୋଲକାତାର ସେହି କମିଟି ପୁଣି ଯାଞ୍ଚ କରିଛନ୍ତି । ହେଲେ ଏଯାଏଁ ଦେଉନାହାନ୍ତି ରିପୋର୍ଟ ।

ଆଗାମୀ ଦିନରେ ଝୁଲା ପୋଲ ମରାମତି ହୋଇ କାର୍ଯ୍ୟକ୍ଷମ ହେବ ନା ସବୁଦିନ ପାଇଁ ସ୍ତମ୍ଭ ହୋଇ ରହିଯିବ ତାହା ଏକ ବଡ଼ ପ୍ରଶ୍ନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe