କନକବ୍ୟୁରୋ : କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୫ ପୋଲିସ କର୍ମଚାରୀ ଆହତ ଘଟଣା ।  କ୍ୟାପିଟାଲ ହସ୍ପିଟାଲରେ ଆହତଙ୍କୁ ଭେଟିବା ପରେ ରାଗିଗଲେ ପୋଲିସ ଡିଜି । ପୋଲିସ ବର୍ଦ୍ଦିରେ ହାତ ମାରିଥିବା ଅସାମାଜିକଙ୍କୁ ଛଡ଼ାଯିବନି । ଖୋଜିଖୋଜି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଜିପି ଯୋଗେଶ ବାହାଦୁର ଖୁରାନିଆ । ଯେଉଁମାନେ ବି ପୋଲିସକୁ ଆକ୍ରମଣ କରିଛନ୍ତି ସେମାନଙ୍କୁ ଜେଲରେ ପୁରାଯିବ ସହ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisment

ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି । ଆହତଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝିବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି ମନମୋହନ । କହିଛନ୍ତି ରାଜନୀତିରେ ହିଂସାର ସ୍ଥାନ ନାହିଁ । ପୋଲିସକୁ ଆକ୍ରମଣ କରିବା, ସାମ୍ବାଦିକଙ୍କୁ ମାଡ଼ ମାରିବା ଘୃଣ୍ୟ ବିଷୟ ।  ସେପଟେ ପୋଲିସ ଲାଠି ଚାର୍ଜ ବେଳେ ଆହତ ହୋଇଥିବା କଂଗ୍ରେସ କର୍ମୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଛନ୍ତି ବରିଷ୍ଠ କଂଗ୍ରେସ ନେତା ।  ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି ଦଳ । ନାରୀ ସୁରକ୍ଷା ପାଇଁ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ  ନେତା ସୁର ରାଉତରାୟ ।