କନକ ବ୍ୟୁରୋ: ଝିଅ କଲା ଚୋରି, ବାପାଙ୍କୁ ଦିଆଗଲା ବାଧ୍ୟତାମୂଳକ ଛୁଟି । କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ସୁନା ଚୋରାଚାଲାଣ କରି ଧରାପଡ଼ିବା ଘଟଣା, ଡିଜିପି ରାମଚନ୍ଦ୍ର ରାଓଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲେ କର୍ଣ୍ଣାଟକ ସରକାର । ରାମଚନ୍ଦ୍ର ରାଓ କର୍ଣ୍ଣାଟକ ଷ୍ଟେଟ୍ ପୋଲିସ ହାଉସିଂ ନିଗମ ଡିଜିପି ଭାବେ କାର୍ୟ୍ୟ କରୁଥିଲେ । ଝିଅ ରାନ୍ୟା ରାଓ ସୁନା ସ୍ମଗଲିଂରେ ଧରା ପଡ଼ିବା ପରେ ତାଙ୍କ ଉପରେ ଏଭଳି କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ଅର୍ଥନୈତିକ ଅପରାଧ କୋର୍ଟ ରାନ୍ୟାଙ୍କ ଜାମିନ ନାମଞ୍ଜୁର କରିଥିଲେ, ଶନିବାର ପୁଣି ରାନ୍ୟା ସେସନ କୋର୍ଟରେ ସାନି ଜାମିନ ଆବେଦନ କରିଛନ୍ତି ।
ପୂର୍ବ ସୂଚନା ମୁତାବକ, ସୁନା ଚୋରା ଚାଲାଣ ଅଭିଯୋଗରେ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୋମବାର ଗିରଫ କରାଯାଇଥିଲା ତାଙ୍କୁ ଗିରଫ କରିଥିଲା ପୁଲିସ । ଯାଞ୍ଚ ସମୟରେ, ରାଣ୍ୟାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା। ତାଙ୍କଠାରୁ ଜବତ କରାଯାଇଥିବା ସୁନାର ମୂଲ୍ୟ ପାଖାପାଖି ୧୨କୋଟିରୁ ଅଧିକ ହେବ ।
୩୩ ବର୍ଷୀୟ ଅଭିନେତ୍ରୀ ସୋମବାର ଦିନ ଦୁବାଇରୁ ଏମିରେଟ୍ସ ବିମାନରେ ଭାରତ ଆସିଥିଲେ । ଅଭିଯୋଗ ହୋଇଛି ଯେ, ତାଙ୍କ ସହିତ ଥିବା ଦୁଇଜଣ ବ୍ୟକ୍ତି ବ୍ରିଫକେସରେ ଚୋରା ସୁନା ନେଉଥିଲେ । ଚେକିଂ ଶେଷ କରି ବେଙ୍ଗାଲୁରୁ ବିମାନବନ୍ଦର ବାହାରକୁ ଯିବା ପରେ ସେମାନଙ୍କୁ ଅଟକାଇଥିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)ର ଟିମ୍ । ଟିମକୁ ପୂର୍ବରୁ ସୂଚନା ମିଳିଥିବାରୁ ସେମାନେ ଅଭିନେତ୍ରୀଙ୍କୁ ଅଟକାଇ ତାଙ୍କର ବ୍ରିଫାକସର ଯାଞ୍ଚ କରିଥିଲେ, ଯେଉଁଥିରୁ ୧୪.୮ କିଲୋଗ୍ରାମ ସୁନା ମିଳିଥିଲା । ଏହା ପରେ ଟିମ ତାଙ୍କ ଘରକୁ ଯାଇ ଯାଞ୍ଚ କରିବା ପରେ ପ୍ରାୟ ୩କୋଟିର ସୁନା ସେଠାରୁ ମିଳିଥିଲା। ଏକାଧିକ ଥର ରାଣ୍ୟା ଦୁବାଇ ଯାଉଥିବାରୁ ଡିଆରଆଇର ନଜର ତାଙ୍କ ଉପରେ ଥିଲା ।