କନକବ୍ୟୁରୋ : ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେଉଥିବା ଡିଜିପି ସମ୍ମଳନୀକୁ ନେଇ ଖଲିସ୍ତାନୀ ସମର୍ଥକ ପନ୍ନୁର ଖୋଲା ଧମକ। ଟେମ୍ପଲ ସିଟି ଭୁବନେଶ୍ବରକୁ ଟେରର ସିଟି କହିବା ସହ ସମ୍ମିଳନୀକୁ ଆତଙ୍କୀ ସମ୍ମିଳନୀ ଭାବେ ସମ୍ବୋଧନ କରିଛି ଖଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ସିଂ ପନ୍ନୁ , ଡିଜି ସମ୍ମିଳନୀରେ ଏନଆଇଏ, ସିଆରପିଏଫ, ବିଏସଫ, ଏନଏସଜି, ସିଆଇଏସଏଫ ଭଳି ୨୦୦ ସୁରକ୍ଷା ଅଧିକାରୀ ସାମିଲ ହେବେ । ହେଲେ ଦେଶର ଏହି ସୁରକ୍ଷା ଅଧିକାରୀଙ୍କୁ ଆତଙ୍କୀ କହିଛି ପନ୍ନୁ ।
ବଡ଼ କଥା ହେଉଛି, ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିବେ। ବୈଠକରେ ଦେଶର ସୁରକ୍ଷା ପ୍ରସଙ୍ଗକୁ ନେଇ ଆଲୋଚନା ହେବ । କିନ୍ତୁ ପନ୍ନୁ ଏହି ବୈଠକକୁ ଆତଙ୍କୀ ସମ୍ମିଳନୀ କହିବା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହେଡ୍ ଅଫ୍ ଟେରର୍ ଅର୍ଗାନାଇଜେନ୍ ବୋଲି କହିଛି ।
କେବଳ ସେତିକି ନୁହେଁ ରାଜଧାନୀକୁ ଆସି ପ୍ରତିବାଦ କରିବାକୁ ନିଜ ସମର୍ଥକଙ୍କୁ ଆହ୍ବାନ ବି ଦେଇଛି । ପନ୍ନୁର ଏଭଳି ଆକ୍ରମଣାତ୍ମକ ଭିଡିଓକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।