କନକ ବ୍ୟୁରୋ: ଦିନକ ପରେ ଭୁବନେଶ୍ବରରେ ଡିଜି ସମ୍ମିଳନୀ। ପ୍ରଥମଥର ଏଭଳି ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି ଓଡ଼ିଶା। ଆଉ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି। ନଭେମ୍ବର ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜି ସମ୍ମିଳନୀ। ବଡ଼ କଥା ହେଉଛି, ତିନିଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ତିନି ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ପ୍ରଧାନମନ୍ତ୍ରୀ। ମୋଦୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ସମ୍ମିଳନୀରେ ଯୋଗ ଦେବେ। ଡିଜି ସମ୍ମିଳନୀ ନେଇ ସୁରକ୍ଷା କଡାକଡି କରୁଛି କମିଶନରେଟ ପୋଲିସ। ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରିଛି ପୋଲିସ। ବିମାନ ବନ୍ଦର ଅଞ୍ଚଳ,ରାଜଭବନ ଅଞ୍ଚଳ,ଲୋକସେବା ଭବନ ଅଞ୍ଚଳ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି। ସେପଟେ ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାତିରେ ରାଜଧାନୀର ବିଭିନ୍ନ ଛକରେ ଚାଲିଛି ଜୋରଜୋର ଚେକିଂ । କମିଶନରେଟ ପୋଲିସ ସହିତ ବିଏସଏଫ ଯବାନ ମାନେ ମାନେ ଉପସ୍ଥିତ ରହିଛନ୍ତି। ପ୍ରତ୍ୟେକ ଗାଡ଼ିକୁ ରଖି ଚେକିଂ କରାଯାଉଥିବା ଦେଖିବାକୁ ମିଳିଛି ।