କନକ ବ୍ୟୁରୋ : ଶନିବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଡିଜିପି ସମ୍ମିଳନୀ । ଏଥିଲାଗି କାଲି ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ । ଆସନ୍ତୁ ଜାଣିବା କାଲି କେଉଁଠି କେଉଁଠି ଟ୍ରାଫିକ କଟକଣା ରହିବ
-ଦିନ ଗୋଟାରୁ ୨ଟା: ଏୟାରପୋର୍ଟ ଛକରୁ ପିଏମଜି ଛକ ଭାୟା ହସପିଟାଲ ଛକ ଓ ଏ.ଜି ଛକରେ ଗାଡି ଚଳାଚଳ ବନ୍ଦ
-ଅପରାହ୍ନ ୪ଟା ୪୫ରୁ ୫ଟା୨୫:ଏୟାରପୋର୍ଟ ଛକ , ହସପିଟାଲ ଛକ, ଏଜି ଛକ, ରାଜଭବନ ଛକରେ ଟ୍ରାଫିକ କଟକଣା
-ସନ୍ଧ୍ୟା ୬ଟାରୁ ୬ଟା ୪୫: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକ
-ସନ୍ଧ୍ୟା ୭ଟା୩୦ରୁ ୮.୨୦: ଏଜି ଛକ, ରବୀନ୍ଦ୍ରମଣ୍ଡପ ଛକ, ୧୨୦ ବାଟାଲିୟନ ଛକ, ଜୟଦେବ ବିହାର, ନାଲକୋ ଛକ
-ରାତି ୮ଟା୨୫ରୁ ୮ଟା ୫୦: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକ
ସେପଟେ ଡିଜିପି ସମ୍ମଳନୀକୁ ଭଣ୍ଡୁର କରିବାକୁ ଯୋଜନା କରିଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍ୱନ୍ତ ସିଂହ ପନ୍ନୁ । ଏକ ଭିଡିଓ ବାର୍ତ୍ତା ଜାରି କରି ପନ୍ନୁନ ଏହି ଧମକ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/28/X92IqrFROFFgfI1sAJW4.jpg)