କନକ ବ୍ୟୁରୋ : ଭୁୁବନେଶ୍ୱରରେ  ଆରମ୍ଭ ହେଲା ଡିଜିପି ସମ୍ମିଳନୀ । ସମ୍ମିଳନୀରେ ଉପସ୍ଥିତ ଅଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ସବୁ ରାଜ୍ୟର ଡିଜିପି ମଧ୍ୟ ଉପସ୍ଥିତ ଅଛନ୍ତି । ସମ୍ମିଳନୀକୁ ଉଦଘାଟନ କଲେ ଶାହ । ତିନି ଦିନ ଧରି ଚାଲିବ ଏହି ସମ୍ମିଳନୀ । ଆରମ୍ଭ ହୋଇଛି ୫୯ ତମ ଡିଜି-ଆଇଜି ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି  ବହୁ ବିଶିଷ୍ଠ ବ୍ୟକ୍ତି । ଶାହଙ୍କ ପୂର୍ବରୁ  ଓଡ଼ିଶାରେ ପହଞ୍ଚିଥିଲେ  ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ।  

Advertisment

ସୂଚନାମୁତାବକ, ଆଜିଠୁ ଭୁବନେଶ୍ୱରରେ ୫୯ ତମ ଡିଜି-ଆଇଜି ସମ୍ମିଳନୀ ଆରମ୍ଭ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହେବେ । ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ । କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସମସ୍ତ ରାଜ୍ୟର ଡିଜି ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ ।