କନକ ବ୍ୟୁରୋ : ଭାରତ ପାକିସ୍ତାନ ମଧ୍ୟରେ ଆଜି ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ୍ ବା DGMO ସ୍ତରୀୟ ବୈଠକ । ଅସ୍ତ୍ରବିରତି ପରେ ଏବେ ପାକିସ୍ତାନ ସହ କେବଳ ଡିଜିଏମ୍ଓ ସ୍ତରୀୟ ବୈଠକରେ ଆଲୋଚନା କରାଯିବ ଦିନ ୧୨ଟା ସମୟ ସ୍ଥିର ହୋଇଥିଲେ ବି ଏବେ ଏହା ସଂଧ୍ୟାକୁ ଘୁଞ୍ଚାଯାଇଛି । ତେବେ ବୈଠକରେ କୌଣସି ଅନ୍ୟ ଦେଶ ଏଥିରେ ସାମିଲ ହେବ ନାହିଁ କି ମଧ୍ୟସ୍ଥତା କରିବ ନାହିଁ । ଆଗକୁ ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତି ବଜାୟ ରଖିବା ନେଇ ବୈଠକରେ ଆଲୋଚନା ହେବ । ଭାରତର ଡିଜିଏମ୍ଓ ଦାୟିତ୍ବରେ ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ପାକିସ୍ତାନ ଡିଜିଏମଓ ମେଜର ଜେନେରାଲ କାସିଫ ଅବ୍ଦୁଲ୍ଲାଙ୍କ ସହ ତାଙ୍କର ଆଲୋଚନା ଚାଲିଛି ।
ଲେଫ୍ଟନାଣ୍ଟ ଜେନେରାଲ ରାଜୀବ୍ ଘାଇ ଭାରତୀୟ ସେନା ଥ୍ରୀ-ଷ୍ଟାର ରାଙ୍କ ଅଧିକାରୀ । କୌଣସି ସୈନ୍ୟ ଅଭିଯାନର ନେତୃତ୍ବ ନେଇଥାନ୍ତି ଡିଜିଏମଓ । ଯୁଦ୍ଧ ସମୟରେ ସୈନ୍ୟ ଅଭିଯାନର ସବୁ ନିଷ୍ପତ୍ତି ଡିଜିଏମଓ ନେଇଥାନ୍ତି। ଯୁଦ୍ଧ ରଣନୀତି ପ୍ରସ୍ତୁତିରେ ପ୍ରମୁଖ ଭୂମିକା ତୁଲାଇଥାନ୍ତି । ଡିଜିଏମଓ ସିଧା ଆର୍ମି ଚିଫ୍ ବା ସେନା ମୁଖ୍ୟକୁ ରିପୋର୍ଟ କରନ୍ତି । ସୈନ୍ୟ ଅଭିଯାନ, ଯୁଦ୍ଧ ସମ୍ପର୍କୀତ ସବୁ ତଥ୍ୟ ଡିଜିଏମଓଙ୍କ ପାଖରେ ରହିଥାଏ । ଗୁଇନ୍ଦା ସଂସ୍ଥା ବି ଡିଜିଏମଓଙ୍କୁ ସବୁ ଗୁଇନ୍ଦା ତଥ୍ୟ ପ୍ରଦାନ କରନ୍ତି । ଯୁଦ୍ଧ ଆରମ୍ଭରୁ ଯୁଦ୍ଧ ବିରତି ପର୍ଯ୍ୟନ୍ତ ସବୁ ନିଷ୍ପତ୍ତି ଡିଜିଏମଓଙ୍କର ରହିଥାଏ । ଡିଜିଏମଓଙ୍କ ଚୟନ ସେନା ମୁଖ୍ୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ହୋଇଥାଏ ।