ଅସ୍ତ୍ରବିରତି ପରେ ସୀମାରେ ଫେରିଛି ଶାନ୍ତି, ଆଜି ମଧ୍ୟାହ୍ନ ୧୨ଟାରେ ପାକିସ୍ତାନ ସହ ଡିଜିଏମ୍ଓ ସ୍ତରୀୟ ବୈଠକ

Advertisment

ଆଜି ମଧ୍ୟାହ୍ନ ୧୨ଟାରେ ପାକିସ୍ତାନ ସହ ଡିଜିଏମ୍ଓ ସ୍ତରୀୟ ବୈଠକ । ଭାରତ-ପାକ୍ ଆଲୋଚନାରେ ଭାଗନେବେନି କୌଣସି ତୃତୀୟ ଦେଶ ।

ଆଜି ମଧ୍ୟାହ୍ନ ୧୨ଟାରେ ପାକିସ୍ତାନ ସହ ଡିଜିଏମ୍ଓ ସ୍ତରୀୟ ବୈଠକ । ଭାରତ-ପାକ୍ ଆଲୋଚନାରେ ଭାଗନେବେନି କୌଣସି ତୃତୀୟ ଦେଶ ।

ଆଜି DGMO ସ୍ତରୀୟ ଆଲୋଚନା

ଆଜି DGMO ସ୍ତରୀୟ ଆଲୋଚନା Photograph: (kanaknews)

କନକ ବ୍ୟୁରୋ :  ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟାହ୍ନ ୧୨ଟାରେ ବସିବାକୁ ଯାଉଛି ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ୍ ବା DGMO ସ୍ତରୀୟ ବୈଠକ ହେବାକୁ ଯାଉଛି । ଅସ୍ତ୍ରବିରତି ପରେ ଏବେ ପାକିସ୍ତାନ ସହ କେବଳ ଡିଜିଏମ୍‌ଓ ସ୍ତରୀୟ ବୈଠକରେ ହିଁ ଆଲୋଚନା ହେବ ।

କୌଣସି ଅନ୍ୟ ଦେଶ ଏଥିରେ ସାମିଲ ହେବ ନାହିଁ କି ମଧ୍ୟସ୍ଥତା କରିବ ନାହିଁ। ଆଗକୁ ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତି ବଜାୟ ରଖିବା ନେଇ ବୈଠକରେ ଆଲୋଚନା କରାଯିବ। 

ଯୁଦ୍ଧବିରତି ଭିତରେ ଭାରତ-ପାକିସ୍ତାନ ଆଲୋଚନା
ଦୁଇ ଦେଶ ମଧ୍ୟରେ ଡିଜିଏମ୍‌ଓ ସ୍ତରୀୟ ବୈଠକ
ଡିଜିଏମଓ ସ୍ତରୀୟ ବୈଠକରେ ଅନ୍ୟ କୌଣସି ଅଧିକାରୀ ରହିବେନି
କେବଳ ଦୁଇ ଦେଶର ଡିଜିଏମଓ ବୈଠକରେ ରହିବେ
ସେନାର ପ୍ରମୁଖ ଅଧିକାରୀ ଡିଜିଏମ୍ଓ ବା ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ୍
ଭାରତର ଏହି ଦାୟିତ୍ବରେ ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ରାଜିବ ଘାଇ
ପାକିସ୍ତାନ ଡିଜିଏମଓ ମେଜର ଜେନେରାଲ କାସିଫ ଅବ୍‌ଦୁଲ୍ଲାଙ୍କ ସହ ଆଲୋଚନା
ଲେଫ୍ଟନାଣ୍ଟ ଜେନେରାଲ ରାଜିବ ଘାଇ ଭାରତୀୟ ସେନା ଥ୍ରୀ-ଷ୍ଟାର ରାଙ୍କ ଅଧିକାରୀ
କୌଣସି ସୈନ୍ୟ ଅଭିଯାନର ନେତୃତ୍ବ ନେଇଥାନ୍ତି ଡିଜିଏମଓ
ଯୁଦ୍ଧ ସମୟରେ ସୈନ୍ୟ ଅଭିଯାନର ସବୁ ନିଷ୍ପତ୍ତି ଡିଜିଏମଓ ନେଇଥାନ୍ତି
ଯୁଦ୍ଧ ରଣନୀତି ପ୍ରସ୍ତୁତିରେ ପ୍ରମୁଖ ଭୂମିକା ତୁଲାଇଥାନ୍ତି ଡିଜିଏମ୍ଓ
ଡିଜିଏମଓ ସିଧା ଆର୍ମି ଚିଫ୍ ବା ସେନା ମୁଖ୍ୟକୁ ରିପୋର୍ଟ କରନ୍ତି 
ସୈନ୍ୟ ଅଭିଯାନ, ଯୁଦ୍ଧ ସମ୍ପର୍କିତ ସବୁ ତଥ୍ୟ ଡିଜିଏମଓଙ୍କ ପାଖରେ ଥାଏ
ଗୁଇନ୍ଦା ସଂସ୍ଥା ବି ଡିଜିଏମଓଙ୍କୁ ସବୁ ଗୁଇନ୍ଦା ତଥ୍ୟ ପ୍ରଦାନ କରନ୍ତି
ଯୁଦ୍ଧ ଆରମ୍ଭରୁ ଯୁଦ୍ଧ ବିରତି ପର୍ଯ୍ୟନ୍ତ ସବୁ ନିଷ୍ପତ୍ତି ଡିଜିଏମଓଙ୍କର ରହିଥାଏ
ଡିଜିଏମଓଙ୍କ ଚୟନ ସେନା ମୁଖ୍ୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ହୋଇଥାଏ 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe