DGCAର ବଡ କାର୍ଯ୍ୟାନୁଷ୍ଠାନ : Flight Operations Inspectorsଙ୍କୁ ନିଲମ୍ବିତ

Advertisment

ଏକାଧିକ ବିମାନ ବାତିଲ୍ ହେବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ । ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ DGCA ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି

ଏକାଧିକ ବିମାନ ବାତିଲ୍ ହେବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ । ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ DGCA ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି

67 8

Photograph: (kanaknews)

କନକବ୍ୟୁରୋ : ଏକାଧିକ ବିମାନ ବାତିଲ୍ ହେବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ । ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ DGCA ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୋଷୀ ସାବ୍ୟସ୍ତ ହେବା ପରେ, DGCA ଇଣ୍ଡିଗୋର ତତ୍ତ୍ୱାବଧାନ କରୁଥିବା ୪ଜଣ ଉଡ଼ାଣ ପରିଚାଳନା ନିରୀକ୍ଷକଙ୍କୁ ନିଲମ୍ବିତ କରିଛି ।  ଏହି ସମସ୍ତ ନିରୀକ୍ଷକ ଇଣ୍ଡିଗୋ ବିମାନର ସୁରକ୍ଷା ଏବଂ ପରିଚାଳନା ଯାଞ୍ଚ ପାଇଁ ଦାୟୀ ଥିଲେ। ଯାଞ୍ଚ ଏବଂ ତଦାରଖରେ ଅବହେଳା DGCAକୁ ଏହି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିଛି  ।

ଅଧିକ ପଢନ୍ତୁ.... କଂଗ୍ରେସଠୁ ଦୂରାଉଛନ୍ତି ଥରୁର? ସାଂସଦଙ୍କ ମିଟିଂରୁ ଆଜି ପୁଣି ଗାଏବ ଶଶୀ ଥରୁର

ଯେଉଁ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେମାନେ ସମସ୍ତେ DGCA ଦ୍ୱାରା ଚୁକ୍ତିଭିତ୍ତିକ ଭାବରେ ନିଯୁକ୍ତି ପାଇଥିଲେ ଏବଂ ବିମାନ କମ୍ପାନୀଗୁଡ଼ିକ, ବିଶେଷକରି ଇଣ୍ଡିଗୋର ସୁରକ୍ଷା ଏବଂ ପରିଚାଳନା ତଦାରଖ କାର୍ଯ୍ୟ କରୁଥିଲେ। ଦିଲ୍ଲୀ ହାଇକୋର୍ଟ ପୂର୍ବରୁ କେନ୍ଦ୍ର ସରକାର ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)କୁ ବିମାନ ଚଳାଚଳରେ ବାଧା ଏବଂ ବିମାନବନ୍ଦରରେ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ କଡ଼ା ପ୍ରଶ୍ନ ପଚାରିଥିଲେ। କୋର୍ଟ ପଚାରିଥିଲେ ଯେ, ହଠାତ୍ ଏହି ପରିସ୍ଥିତି କାହିଁକି ସୃଷ୍ଟି ହେଲା ଏବଂ ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ?

କୋର୍ଟ ଏହା ମଧ୍ୟ ଜାଣିବାକୁ ଚାହିଁଥିଲେ ଯେ, ସରକାର ବିମାନବନ୍ଦରରେ ଫସି ରହିଥିବା ଯାତ୍ରୀମାନଙ୍କ କଷ୍ଟକୁ ଦୂର କରିବା ପାଇଁ କ’ଣ ବ୍ୟବସ୍ଥା କରିଛନ୍ତି। ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି? ହାଇକୋର୍ଟ ଏହା ମଧ୍ୟ କହିଥିଲେ ଯେ, ଏହି ପ୍ରସଙ୍ଗ କେବଳ ଯାତ୍ରୀଙ୍କ ଅସୁବିଧା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଆର୍ଥିକ କ୍ଷତି ଏବଂ ସିଷ୍ଟମ ବିଫଳତା ସହ ମଧ୍ୟ ଜଡିତ । 

ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ  ଇଣ୍ଡିଗୋର ଉଡ଼ାଣ ଗୁରୁତର ପ୍ରଭାବିତ ହେବାରୁ ଦେଶବ୍ୟାପୀ  ଯାତ୍ରୀମାନଙ୍କୁ ନାହିଁ ନଥିବା ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା। ମୁମ୍ବାଇଠାରୁ ଆରମ୍ଭ କରି ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଆଦି ବିଭିନ୍ନ ସହରର ବିମାନବନ୍ଦରରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ବିମାନକୁ ଅପେକ୍ଷା କରି ନିରାଶ ହୋଇଥିଲେ। ଡିସେମ୍ବର ୩ରେ ଇଣ୍ଡିଗୋର ୨୦୦ରୁ ଅଧିକ ବିମାନର ଉଡ଼ାଣ ବାତିଲ ହୋଇଥିଲା  । 

ଯାତ୍ରୀଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ଥିଲା କେହି ତାଙ୍କୁ କ’ଣ ଘଟୁଛି କହୁନଥିଲେ। କିଛି ସୂଚନା ନ ପାଇ ବହୁ ଯାତ୍ରୀ ବିରକ୍ତ ହେବା ଓ ରାଗିବା ସହ ବିମାନବନ୍ଦର ଭିତରେ ଇଣ୍ଡିଗୋ ଷ୍ଟାଫ୍‌ମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ବହୁ ଯାତ୍ରୀ ସୋସିଆଲ ମିଡିଆରେ ନିଜର ବିରକ୍ତି ପ୍ରକାଶ କରି ଇଣ୍ଡିଗୋକୁ କଡ଼ା ସମାଲୋଚନା କରିଥିଲେ। ବିମାନ ଉଡ଼ାଣ ବିଭ୍ରାଟର ମୁଖ୍ୟ କାରଣ ପାଇଲଟ୍‌ ଓ କ୍ରୁ ସଦସ୍ୟଙ୍କ ଅଭାବ ବୋଲି କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe